ଶ୍ରାବଣ ମାସର ପ୍ରଥମ ସୋମବାରରେ ପୁରୀରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି ଜଳାଲାଗି ନୀତି

ଶ୍ରାବଣ ମାସର ପ୍ରଥମ ସୋମବାରରେ ପୁରୀରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି ଜଳାଲାଗି ନୀତି*ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ପୁରୀ ସ୍ଥିତ ଶ୍ରୀ ଲୋକନାଥ ମନ୍ଦିର ସମେତ ସହରର ବିଭିନ୍ନ ଶୈବପୀଠରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଜଳାଲାଗି କରିଥିଲେ। ପ୍ରାୟ ୨୫ ହଜାର ଭକ୍ତ ଶ୍ରୀ ଲୋକନାଥ ମନ୍ଦିରରେ ଜଳାଲାଗି କରିଥିବା ବେଳେ, ପୁରୀର ଅନ୍ୟାନ୍ୟ ଶିବ ମନ୍ଦିରରେ ମଧ୍ୟ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। ପୋଲିସର ସୁଚାରୁ ପରିଚାଳନା ଫଳରେ ସମସ୍ତ ଭକ୍ତ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ଜଳାଲାଗି କରିପାରିଥିଲେ। ଏହି ଅବସରରେ ବୌଦ୍ଧ ଜିଲ୍ଲାର ଭକ୍ତ ପ୍ରହଲ୍ଲାଦ ବୋଇ ଓଁକାରେଶ୍ୱର ମନ୍ଦିରରେ ଜଳାଲାଗି କରିବାକୁ ଆସିଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ବେହୋଶ ହୋଇପଡ଼ି ତଳେ ପଡିଯାଇଥିଲେ ତାଙ୍କର ମୁଣ୍ଡ ମାଡ ହୋଇଯାଇଥିଲା । ଉପସ୍ଥିତ ପୋଲିସ ଓ ସେଠାର ଲୋକ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ। ଆବଶ୍ୟକ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ପୁରୀ ପୋଲିସ ପକ୍ଷରୁ କରାଯାଇଥିବା ସୁଚିନ୍ତିତ ବ୍ୟବସ୍ଥା, ବିଭିନ୍ନ ବିଭାଗର ସମନ୍ୱୟ ଓ ସମସ୍ତଙ୍କ ସହଯୋଗ ଫଳରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ ହୋଇଛି।

Leave a Reply

Your email address will not be published. Required fields are marked *