ଚୋରି ମାମଲାରେ ଦୋଷସିଦ୍ଧି, ୪ଟି ମାମଲାରେ ନ୍ୟାୟିକ ପ୍ରକ୍ରିୟାର ସଫଳ ସମାପ୍ତି

ଚୋରି ମାମଲାରେ ଦୋଷସିଦ୍ଧି, ୪ଟି ମାମଲାରେ ନ୍ୟାୟିକ ପ୍ରକ୍ରିୟାର ସଫଳ ସମାପ୍ତି*ପୁରୀ ଜିଲ୍ଲା ପୋଲିସର ତଦନ୍ତ ଓ ଅଭିଯୋଗ ପ୍ରକ୍ରିୟାର ଫଳସ୍ୱରୂପ ଚୋରି ସମ୍ପର୍କିତ ୪ଟି ମାମଲାରେ ଆଜି, ତା. ୧୨.୦୮.୨୦୨୬ରେ, ପ୍ରଧାନ ମାଜିଷ୍ଟ୍ରେଟ୍, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ, ପୁରୀଙ୍କ ଦ୍ୱାରା ରାୟ ପ୍ରକାଶ ପାଇଛି। ସମ୍ପୃକ୍ତ ମାମଲାଗୁଡ଼ିକରେ ଚୋରି ହୋଇଥିବା ଯାନବାହନ ସମ୍ପର୍କିତ ତଦନ୍ତ ସଫଳତାର ସହ ସମାପ୍ତ କରାଯାଇ ଚାର୍ଜସିଟ୍ ଦାଖଲ କରାଯାଇଥିଲା।୧. କୁମ୍ଭାରପଡ଼ା ଥାନା ମାମଲାକୁମ୍ଭାରପଡ଼ା ଥାନା କେସ୍ ନଂ. ୧୫୨/୨୦୨୬, ତା. ୨୧.୦୩.୨୦୨୬, ଧାରା ୩୦୩(୨) BNS ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଅଭିଯୋଗକାରୀଙ୍କ ଇଲେକ୍ଟ୍ରିକ୍ ବ୍ୟାଟେରୀ ଅଟୋ ଚୋରି ହୋଇଥିବା ନେଇ ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।ତଦନ୍ତ ଶେଷରେ ଚାର୍ଜସିଟ୍ ନଂ. ୩୨୨, ତା. ୨୯.୦୫.୨୦୨୬ ଦାଖଲ କରାଯାଇଥିଲା। ମାମଲାର ତଦନ୍ତ ଅଧିକାରୀ ଥିଲେ ଇନ୍ସପେକ୍ଟର କୁନାଲ କୁମାର।୨. ସମୁଦ୍ରକୂଳ ଥାନା ମାମଲାସମୁଦ୍ରକୂଳ ଥାନା କେସ୍ ନଂ. ୧୪୭/୨୦୨୬, ତା. ୦୮.୦୫.୨୦୨୬, ଧାରା ୩୦୩(୨) BNS ଅନୁଯାୟୀ ରୁଜୁ ହୋଇଥିଲା। ଏକ E-Rickshaw ଚୋରି ସମ୍ପର୍କରେ ଅଭିଯୋଗ ମିଳିବା ପରେ ପୋଲିସ ତଦନ୍ତ କରିଥିଲା।ତଦନ୍ତ ଶେଷରେ ଚାର୍ଜସିଟ୍ ନଂ. ୧୯୭, ତା. ୨୮.୦୬.୨୦୨୬, ଧାରା ୩୦୩(୨)/୧୧୧(୨)/୧୧୨(୨) BNS ଅନୁଯାୟୀ ଦାଖଲ କରାଯାଇଥିଲା। ମାମଲାର ତଦନ୍ତ ଅଧିକାରୀ ଥିଲେ SI ଶରତ ଚନ୍ଦ୍ର ପ୍ରଧାନ।୩. ଟାଉନ୍ ଥାନା ମାମଲାଟାଉନ୍ ଥାନା କେସ୍ ନଂ. ୨୫୧/୨୦୨୬, ତା. ୧୬.୦୪.୨୦୨୬, ଧାରା ୩୦୩(୨) BNS ଅନୁଯାୟୀ ରୁଜୁ ହୋଇଥିଲା। ବାଲିସାହି ଅଞ୍ଚଳରୁ ଏକ E-Rickshaw ଚୋରି ହୋଇଥିବା ନେଇ ଅଭିଯୋଗ ମିଳିଥିଲା।ତଦନ୍ତ ଶେଷରେ ଚାର୍ଜସିଟ୍ ନଂ. ୪୦୪, ତା. ୧୮.୦୬.୨୦୨୬, ଧାରା ୩୦୩(୨) BNS ଅନୁଯାୟୀ ଦାଖଲ କରାଯାଇଥିଲା। ମାମଲାର ତଦନ୍ତ ଅଧିକାରୀ ଥିଲେ ASI ଗୋପାଳ କୃଷ୍ଣ ନାୟକ।୪. କୁମ୍ଭାରପଡ଼ା ଥାନା ମାମଲାକୁମ୍ଭାରପଡ଼ା ଥାନା କେସ୍ ନଂ. ୨୪୫/୨୦୨୬, ତା. ୧୦.୦୫.୨୦୨୬, ଧାରା ୩୦୩(୨) BNS ଅନୁଯାୟୀ ରୁଜୁ ହୋଇଥିଲା। ଦାଦା ମଠ ଲେନ୍ ଅଞ୍ଚଳରୁ ଏକ Hero Glamour ମୋଟରସାଇକେଲ୍ ଚୋରି ହୋଇଥିବା ନେଇ ଅଭିଯୋଗ ମିଳିଥିଲା।ତଦନ୍ତ ଶେଷରେ ଚାର୍ଜସିଟ୍ ନଂ. ୩୧୦, ତା. ୨୫.୦୫.୨୦୨୬, ଧାରା ୩୦୩(୨) BNS ଅନୁଯାୟୀ ଦାଖଲ କରାଯାଇଥିଲା। ମାମଲାର ତଦନ୍ତ ଅଧିକାରୀ ଥିଲେ ASI ଶିବରାମ ପାଣି।ଉପରୋକ୍ତ ସମସ୍ତ ୪ଟି ମାମଲାରେ ଆଜି, ତା. ୧୨.୦୮.୨୦୨୬ରେ, ପ୍ରଧାନ ମାଜିଷ୍ଟ୍ରେଟ୍, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ, ପୁରୀଙ୍କ ଦ୍ୱାରା ରାୟ ପ୍ରକାଶ କରାଯାଇଛି।ରାୟ ଅନୁଯାୟୀ, ସମ୍ପୃକ୍ତ CICLଙ୍କୁ ଏକ ବର୍ଷ ପାଇଁ DCPU, ପୁରୀର LPOଙ୍କ ତତ୍ତ୍ୱାବଧାନରେ ରଖାଯିବ। ସେ ପ୍ରତି ମାସରେ, ସମ୍ଭବତଃ ମାସର ପ୍ରଥମ ସପ୍ତାହ ମଧ୍ୟରେ, DCPU, ପୁରୀର LPOଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶିତ ହୋଇଛନ୍ତି।ପୁରୀ ପୋଲିସ ପକ୍ଷରୁ ଅପରାଧ ତଦନ୍ତକୁ ଗୁରୁତ୍ୱ ଦେଇ ତ୍ୱରିତ ଓ ଫଳପ୍ରଦ ଭାବେ ମାମଲାଗୁଡ଼ିକର ତଦନ୍ତ ସମାପ୍ତ କରି ନ୍ୟାୟିକ ପ୍ରକ୍ରିୟାରେ ସଫଳ ଫଳାଫଳ ହାସଲ କରାଯାଇଛି।

Leave a Reply

Your email address will not be published. Required fields are marked *