ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ କୋଚ୍ ସଂଖ୍ୟା ବୃଦ୍ଧି
ଭୁବନେଶ୍ୱର, ଅଗଷ୍ଟ ୧୩, ୨୦୨୬:ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ସୁବିଧା ଯୋଗାଇଦେବା ଏବଂ ଆଗାମୀ ସପ୍ତାହରେ ବଢୁଥିବା ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରାଯାଉଛି ।ଟ୍ରେନ୍ ନମ୍ବର ୧୨୮୩୭ ହାୱଡ଼ା–ପୁରୀ ଏକ୍ସପ୍ରେସରେ ଅଗଷ୍ଟ ୧୫ରୁ ୨୧ ତାରିଖ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ କୋଚ ଅସ୍ଥାୟୀ ଭାବେ ସଂଯୋଜନ କରାଯିବ। ସେହିଭଳି, ଟ୍ରେନ ନମ୍ବର ୧୮୦୩୦ ଶାଲିମାର–ଲୋକମାନ୍ୟ ତିଳକ ଟର୍ମିନସ ଏକ୍ସପ୍ରେସରେ ଅଗଷ୍ଟ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ଏସି ୩-ଟାୟାର ଏବଂ ଗୋଟିଏ ସ୍ଲିପର୍ କ୍ଲାସ କୋଚ୍ ସଂଯୋଜନ କରାଯିବ।ସେହିପରି, ଟ୍ରେନ ନମ୍ବର ୧୮୦୩୯ ଶାଲିମାର–ପୁରୀ ଏକ୍ସପ୍ରେସରେ ଅଗଷ୍ଟ ୧୬ ତାରିଖ ୨୦୨୬ରେ ଦୁଇଟି ସ୍ଲିପର୍ କ୍ଲାସ୍ କୋଚ୍ ସଂଯୋଜନ କରାଯିବ। ଟ୍ରେନ ନମ୍ବର ୧୮୦୪୫ ଶାଲିମାର–ଚାର୍ଲାପଲ୍ଲୀ ଏକ୍ସପ୍ରେସ ଅଗଷ୍ଟ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ଏସି ୩-ଟାୟାର କୋଚ୍ ସଂଯୋଜନ କରାଯିବ। ଟ୍ରେନ ନମ୍ବର ୧୮୦୬୩ ସାନ୍ତ୍ରାଗାଛି–ୟାଲାହାଙ୍କା ଏକ୍ସପ୍ରେସରେ ଅଗଷ୍ଟ ୨୦ ତାରିଖରେ ଗୋଟିଏ ଏସି ୩-ଟାୟାର କୋଚ୍ ସଂଯୋଜନ କରାଯିବ। ଏଥିସହିତ, ଟ୍ରେନ ନମ୍ବର ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସରେ ଅଗଷ୍ଟ ୧୫ ଓ ୧୬ ତାରିଖରେ ଗୋଟିଏ ସ୍ଲିପର କ୍ଲାସ କୋଚ୍ ସଂଯୋଜନ କରାଯିବ।ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଯାତ୍ରୀମାନଙ୍କୁ ଅଧିକ ବର୍ଥ ସୁବିଧା ଯୋଗାଇବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରୀ ଚାହିଦାକୁ ପୂରଣ କରିବାରେ ସହାୟକ ହେବ ।
