ପିସିଆର ଦ୍ୱାରା ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରି ପୁରୀ ସାଖୀକୁ ହସ୍ତାନ୍ତର
ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଆଶ୍ରୟ ଗୃହ (Child Home) ରୁ ଗତ ୨୭.୦୭.୨୦୨୬ ତାରିଖରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ପୁରୀ ପୋଲିସ୍ର PCR-1 ଟିମ୍ ଉଦ୍ଧାର କରିଛି। ଆଜି ତାରିଖ ୦୮.୦୮.୨୦୨୬ ଦିନ ପ୍ରାୟ ଦିବା ୧.୧୦ ମିନିଟ୍ ସମୟରେ ପୋଲିସ୍ର Emergency Response Support System (ERSS) – Dial 112 ମାଧ୍ୟମରେ ଏ ସମ୍ପର୍କରେ ସୂଚନା ପ୍ରାପ୍ତ ହୋଇଥିଲା। ସୂଚନା ପାଇବା ପରେ PCR-1 ଟିମ୍ ତତ୍କାଳ ଘଟଣାସ୍ଥଳକୁ ପହଞ୍ଚି ନାବାଳିକାଙ୍କୁ ଚିହ୍ନଟ କରି ଉଦ୍ଧାର କରିଥିଲେ। ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ ନାବାଳିକା ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳସ୍ଥିତ ଏକ Child Home ରେ ରହୁଥିଲେ। ସେଠାରୁ ସେ ୨୭.୦୭.୨୦୨୬ ତାରିଖରୁ ନିଖୋଜ ଥିବା ସମ୍ପର୍କରେ ସୂଚନା ମିଳିଛି। ନାବାଳିକାଙ୍କ ସୁରକ୍ଷା, ଯତ୍ନ ଓ ଆବଶ୍ୟକ ସହାୟତାକୁ ପ୍ରାଥମିକତା ଦେଇ PCR-1 ଟିମ୍ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ପୁରୀ ସାଖୀ ସେଣ୍ଟରକୁ ହସ୍ତାନ୍ତର କରିଛି। ଏହାସହିତ, ନାବାଳିକା ଯେଉଁ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ Child Home ରୁ ନିଖୋଜ ହୋଇଥିଲେ, ସେଠାର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯାଉଛି। ପୁରୀ ପୋଲିସ୍ ସର୍ବଦା ନାବାଳକ/ନାବାଳିକା, ମହିଳା ଓ ଅସହାୟ ବ୍ୟକ୍ତିମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। ଜରୁରୀ ପରିସ୍ଥିତିରେ Dial 112 ମାଧ୍ୟମରେ ତୁରନ୍ତ ପୋଲିସ୍ ସହାୟତା ନେବାକୁ ସାଧାରଣ ଜନତାଙ୍କୁ ପୁରୀ ପୋଲିସ୍ ପକ୍ଷରୁ ଅନୁରୋଧ କରାଯାଉଛି।
