ଶିଶୁ ସମାଚାର ର ଉନବିଂଶ ସ୍ୱନକ୍ଷେତ୍ର ସମାରୋହ l
ଶିଶୁ ସମାଚାର ର ଉନବିଂଶ ସ୍ୱନକ୍ଷେତ୍ର ସମାରୋହ ଓ ରାଜ୍ୟ ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ୫୦୦ ରୁ ଉର୍ଦ୍ଧ୍ଵ ଶିଶୁ ଶିଳ୍ପୀଙ୍କ ନାଚଗୀତରେ ଝୁମିଲେ ଦର୍ଶକ । ପୁରୀ :ପିଲାଙ୍କ ମାସିକ ଖବର କାଗଜ ଶିଶୁ ସମାଚାର ର ଉନବିଂଶ ସ୍ୱନକ୍ଷେତ୍ର ସମାରୋହ ଓ ରାଜ୍ୟ ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ଅଗଷ୍ଟ ୮ ତାରିଖରେ ପୌର ସଦନ ପୁରୀ, ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ବରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ମୁଖ୍ୟ ଅତିଥି ଉପନିର୍ଦ୍ଦେଶକ ଓ ଜିଲ୍ଲା ସୂଚ଼ନା ଲୋକ ସଂପର୍କ ବିଭାଗ ଓଡିଶା, ମନୋଜ କୁମାର ତ୍ରୀପାଠୀ ଜିଲ୍ଲା ସୂରକ୍ଷା ଅଧିକାରୀ, କୈଳାସ ଚନ୍ଦ୍ର ଟିକାୟତ ରାଏ, ଚକ୍ରଧର ମହାପାତ୍ର, ଗୋବିନ୍ଦ ଚାନ୍ଦ, ପ୍ରମୋଦ କୁମାର କର, ମନୋଜ କୁମାର ରଥ, ସିଦ୍ଧାର୍ଥ ରାଏ, ସଂଘମିତ୍ରା ଦାସ, ଅବନିଶ ରଥ, ପୁଷ୍ପା ପାତ୍ର, ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ବିକାଶରେ ରାଷ୍ଟ୍ରର ବିକାଶ ହେବ । ଶିଶୁଙ୍କ ସୃଜନଶୀଳତାର ବିକାଶ ପାଇଁ ସବୁସ୍ତରରେ ଉଦ୍ୟମ ହେବା ଉଚିତ୍ । ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ସୁଯୋଗ ଯୋଗାଇଦେବା ଦରକାର ବୋଲି କହିଥିଲେ । ପ୍ରାରମ୍ଭରେ ଉତ୍ସବ କମିଟି ଅଧ୍ୟକ୍ଷ ଡ. ମନୋଜ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିଶୁ ସମାଚାର ର ସଂପାଦକ ସୁକାନ୍ତ ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଂଧ୍ୟା ପର୍ବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଶ୍ଵ ବିଦ୍ଯାଳୟର କୁଳପତି ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି , ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରାକ୍ତନ ବିଧାୟକ ସମ୍ମାନୀତ ଅତିଥି , ସୌଭାଗ୍ୟ କୁମାର ସାହୁ ମୁଖ୍ୟ ବକ୍ତା, ଇଂ ରାଜେଶ କୁମାର ମିଶ୍ର, ଅମରେନ୍ଦ୍ର ପାଇକରାୟ, ଭଗବାନ ସୁଆର, ଗିରିଶ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଶିଶୁମାନେ ଦେଶର ଭବିଷ୍ୟତ ସେମାନଙ୍କ ଉନ୍ନତି ତଥା ବିକାଶରେ ରାଷ୍ଟ୍ରର ବିକାଶ ହେବା ସହ ଶିଶୁମାନଙ୍କ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଶିଶୁ ସମାଚାର ର ଅଗଷ୍ଟ ସଂଖ୍ୟା ଓ ମୁଖଶାଳା- ୨୦୨୬ ଲୋକାର୍ପିତ ହୋଇଥିଲା ।ଉତ୍ସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ସାରସ୍ଵତ ସମ୍ମାନ, ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡ଼ା.ବିରେନ୍ ପଟ୍ଟନାୟକଙ୍କୁ ସ୍ଵାସ୍ଥ୍ୟସେବା ସମ୍ମାନ, ଦେବସ୍ମିତା ଖୁଣ୍ଟିଆଙ୍କୁ ପ୍ରତିଭା ସମ୍ମାନ ଓ ପ୍ରିୟଙ୍କା ମହାପାତ୍ରଙ୍କୁ ମେଧା ସମ୍ମାନ, ଅନାମ ଚନ୍ଦ୍ର ସାହୁଙ୍କୁ ସଂଗଠକ ସମ୍ମାନ, ଭରତ କୁମାର ନାୟକଙ୍କୁ ନାଟ୍ୟକଳା ସମ୍ମାନ, ମାନସ କୁମାର ସାହୁଙ୍କୁ ଚାରୁକଳା ସମ୍ମାନ, ପୁରୀ ଜିଲ୍ଲାସ୍ଥିତ ବାଲିପୁଟର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଗୋପର ପ୍ରତିତପାବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସବୁଜ ବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯିବା ସହ ପିଏମ୍ ଶ୍ରୀ ପୁରୀ ଜିଲ୍ଲା ସ୍କୁଲ ପୁରାତନ ଛାତ୍ର ସଂଗଠନ (ପଞ୍ଚସଖା ଶିକ୍ଷା ସେତୁ)ଙ୍କୁ ଉତ୍କର୍ଷ ବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଶିକ୍ଷକ- ଶିକ୍ଷୟିତ୍ରୀ, ସଙ୍ଗୀତ ଗୁରୁ, ନୃତ୍ୟ ଗୁରୁ ଓ ଶିଶୁ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ପୂର୍ବରୁ ଆୟୋଯିତ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୫୦୦ ରୁ ଉର୍ଦ୍ଧ୍ଵ ଶିଶୁ ପ୍ରତିଭା ନିଜର ପ୍ରତିଭା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଉତ୍ସବ କମିଟି ଓ ଶିଶୁ ସମାଚାର ପରିଚାଳନା ମଣ୍ଡଳୀର ସମସ୍ତ ସଦସ୍ୟ – ସଦସ୍ୟା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ପରିଚାଳନା ମଣ୍ଡଳୀ ସଦସ୍ୟ ଶିବ ସୁନ୍ଦର ମିଶ୍ର ଏବଂ ଶରତ କୁମାର ରାୟଗୁରୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ଉତ୍ସବ କମିଟି ଉପାଧକ୍ଷ ବିଜୟକୃଷ୍ଣ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
