ଜଳବନ୍ଦୀ ଜୀବନ
“ଜଳବନ୍ଦୀ ଜୀବନ “
ରଜନୀକାନ୍ତ ରଥ,ରାଜନଗର, କେନ୍ଦ୍ରାପଡ଼ା।
ବରଷା ଆସିଲା ଋତୁ ଚକ୍ରରେ
ବନ୍ୟା ରଚିଲା ବିଭୀଷିକା।
ପ୍ରଭାବିତ ଧନ ଓ ଜୀବନ
କେତେ ମଲେ ଓ କେତେ ଭସିଗଲେ।
ମଣିଷ କୃତ ଜଳବନ୍ଦୀ ଜୀବନ
ନିଜେ ନିଜ ଗୋଡରେ ମାରୁଛେ କୁରାଢି।
ପାନିନାଳ ,ଗୋଚର, ଗୋଦଣ୍ଡା,ଅନାବାଦୀ ଜମି କୁ
ଯାହାକି ମଣିଷ ଓ ଗୃହପାଳିତ ପଶୁଙ୍କ ପାଇଁ ରହିବାର କଥା।
କିଛି ନ୍ୟସ୍ତ ସ୍ୱର୍ଥ ଗୋଷ୍ଠୀ
ଅବରୋଧ କରି ଚାଲିଛନ୍ତି।
ଗାଁ ରୁ ସହର ଯାଏ ଦେଖାଯାଏ
ସବୁଠାରେ ଦେଖିବାକୁ ମିଳେ ଏହା।
ନଦୀ ପଠା ମାଫିଆଙ୍କ କବଜାରେ
ସଂକୁଚିତ ନଦୀର ମୁହାଣ।
ବନ୍ୟା ଜଳରେ ପ୍ରଭାବିତ ଜୀବନ
ଜମି ମାଫିଆ ଓ ପ୍ରଶାସନ ର
ଚାଲିଛି ମଧୂଚନ୍ଦ୍ରିକ।
ସହରରେ ଅବରୋଧ ହୁଏ ପାଣିନାଳ
ଏହି ପାଇଁ ଜଳବନ୍ଦୀ ସହର ବସୀ।
ମାଫିଆ ମାଲା ମାଲ ଲୋକେ ବେହାଲ।
ସରକାରୀ ଜମି ଜବରଦଖଲ ମୁକ୍ତ
ହେବା ଦରକାର କାନ ଖୋଲି
ଶୁଣନ୍ତୁ ସରକାର।
