କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ତରଫରୁ ୮୦ ତମ ସ୍ବାଧିନତା ଦିବସ ପାଳନ ।

କନ୍ଧମାଳ, ଫୁଲବାଣୀ ସ୍ଥାନୀୟ ପେଞ୍ଜିସ।ହି ଠାରେ ଥିବା ଜିଲ୍ଲା ବିଜୁ ଭବନ ରେ କନ୍ଧମାଳ ବିଜୁଜନତା ଦଳ ତରଫରୁ ୮୦ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି ।ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କନ୍ଧମାଳ ଜିଲ୍ଲା ଉପସଭାପତି ତଥା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାନ୍ତି ସକାଳ ୭.୩୦ ମିନିଟ୍ ସମୟରେ ଜାତୀୟ ପତାକା ଉତଳନ କରିଥିଲେ। ଶ୍ରୀ ମହାନ୍ତି ନିଜ ଅଭିଭାଷଣରେ ଭାରତର ନିରପୁତ୍ର ମାନେ ଯେଉଁ ମାନେକି ଦେଶ ସ୍ବାଧୀନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେହି ମହାନ୍ ସଂଗ୍ରାମୀ ମାନଙ୍କୁ ମନେପକାଇ ତାଙ୍କରି ଗୁଣ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାବିଜୁ ମହିଳା ଜନତାଦଳର ସଭାନେତ୍ରୀ ପୁନମ୍ କହଁର, ଯୁବବିଯୁଜନତ। ଦଳର ସଭାପତି ରାକେଶ ମିଶ୍ର, ଛାତ୍ର ବିଜୁ ଜନତା ଦଳର ସଭାପତି ସୁନିଲ ସେଠୀ, ନଗର ସଭାପତି ବିମଲ୍ ପାଢ଼ୀ, ବରିଷ୍ଟ ବିଜେଡ଼ି ନେତା ଶିବଶଙ୍କର ସାହାଣୀ, ପ୍ରତାପ ମୁଖି,ସୁଶାନ୍ତ ମୁଖି,ଅନ୍ତର୍ଯ୍ୟାମୀ ବେହେର। ଓ ସ୍ଥାନୀୟ ଅଙ୍ଗନୱାଡ଼ି ର କୁନି କୁନି ପିଲାମାନେ ତାଙ୍କରି ଅଭିଭାବକ ମାନେ ଉପସ୍ଥିତ ଥିଲେ ।ଏହି ଠାରେ ମୁଖ୍ୟ ଅତିଥି ଶ୍ରୀ ପ୍ରଦୀପ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ମିଠା ଓ ଚକ୍ଲେଟ୍ ବଣ୍ଟନ କରି କାର୍ଯ୍ୟକ୍ରମ ସରସ ସୁନ୍ଦର କରିଥିଲେ ।

Leave a Reply

Your email address will not be published. Required fields are marked *