କାଜୁ ଜଙ୍ଗଲରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

Date -15/8/2026 -ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓପୁଟସାହି ଗାଁ ନିକଟସ୍ଥ କାଜୁ ଜଙ୍ଗଲରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ କନ୍ତିଓପୁଟସାହି ଗାଁର ପୁରନ୍ଦର ସାହୁଙ୍କ ସ୍ତ୍ରୀ ସଂଯୁକ୍ତା ସାହୁ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ସଂଯୁକ୍ତା ଗତକାଲି ସନ୍ଧ୍ୟାରେ ଧାନ ରୋଇବା ପାଇଁ ଶ୍ରମିକ ବୁଝିବାକୁ ଘରୁ ବାହାରିଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଆଜି ସକାଳେ ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ତାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।ସଂଯୁକ୍ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାରଲୋକେ ଅଭିଯୋଗ କରିଛନ୍ତି। ଟଙ୍କା ନେଣଦେଣକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ନା ଏହା ପଛରେ ଅନ୍ୟ କୌଣସି ରହସ୍ୟ ରହିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ l ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ସହ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାମାକ୍ଷାନଗର ଭାରପ୍ରାପ୍ତ ଏସଡିପିଓ ଚିତ୍ତରଞ୍ଜନ ବେହେରା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତର ତଦାରଖ କରୁଛନ୍ତି।

Leave a Reply

Your email address will not be published. Required fields are marked *