ଓଡ଼ିଶାରେ ତ୍ରୁଟି ପୂର୍ଣ୍ଣ ପୁସ୍ତକକୁ ନେଇ କନ୍ଧମାଳ ଜିଲ୍ଲା ଛାତ୍ର ଓ ଯୁବବିଜୁ ଜନତାଦଳର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପାଳ ଙ୍କୁ ଦାବିପତ୍ର ପାଇଁ ପ୍ରସ୍ତୁତି ବୈଠକ ।

କନ୍ଧମାଳ, ଫୁଲବାଣୀ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ଓଡ଼ିଶାର ବିରୋଧୀ ଦଳନେତ। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳଜିଲ୍ଲା ବିଜୁଜନତା ଦଳର ସଭାପତି ତଥା ପୂର୍ବତନ ଖଣି ଇସ୍ପାତ ମନ୍ତ୍ରୀ ଶ୍ରୀ ଯୁକ୍ତ ପଦ୍ମନାଭବେହେରଙ୍କ ନେତୃତ୍ବର ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଓଡ଼ିଶାର ଚଳିତ ବିଜେପି ସରକାର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ପାଠ୍ୟ କ୍ରମରେ ଯେଉଁ ତ୍ରୁଟିପୂର୍ଣ୍ଣ ବହିସବୁ ଛପାଯାଇଅଛି । ଯାହାରି ଫଳରେ ଉକ୍ତ ଶ୍ରେଣୀର ପିଲାମାନେ ଆଜିଯାଏ ପାଠ ପଡ଼ିବାରୁ ବଂହିତ ଅଛନ୍ତି। ଛାତ୍ରମାନେ ଦୀର୍ଘଦିନ ହେଲା ପାଠ ପଡାରୁ ବଞ୍ଚିତ ହୋଇରହିଛନ୍ତି ।ସରକାର ସବୁ ଜାଣିଶୁଣି ନଜାଣିଲା ପରି ଅଭିନୟକରି ଛାତ୍ରଛାତ୍ରୀ ମାନଙ୍କ ଜୀବନରେ ଓ ସେମାନଙ୍କ ଭବିଷ୍ୟତରେ ଖେଳୁ ଥିବାରୁ ଏହାକୁ ନେଇ କନ୍ଧମାଳ ଜିଲ୍ଲାଯୁବ ବିଜୁଜନତାଦଳର ସଭାପତି ରାକେଶ ମିଶ୍ର ଓ ଛାତ୍ରବିଜୁଜନତା ଦଳର ସଭାପତି ସୁନିଲ ସେଠୀ ଙ୍କ ନେତୃତ୍ୱରେ ଆଗାମୀ ୨୦/୦୮/୨୦୨୬ ରିଖ ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ଜିଲ୍ଲାର ବାରଗୋଟି ବ୍ଲକ ରୁ ହଜାର ହଜାର ସଂଖ୍ୟାରେ ଯୁବ ଓ ଛାତ୍ର ଆସି ସଦର ମହକୁମାରେ ଓଡ଼ିଶାର ସ୍କୁଲ ଓଗଣ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କରିବା ସହିତ ଆନ୍ଦୋଳନ ମଧ୍ୟ କରି ଚଳିତ ସରକାରକୁ ଘୋର ବିରୋଧ କରିବ। ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟ ମନ୍ତ୍ରୀ ଓ ରାଜ୍ୟ ପାଳକୁ ଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ ଦିଆଯିବା ଏହି କାର୍ଯ୍ୟ କ୍ରରେ କନ୍ଧମାଳ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପୂର୍ବତନ ଜି,ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବରିଷ୍ଟ ବିଜେଡ଼ି ନେତା କ୍ଲେଶ ପ୍ରଧାନ, ଜିଲ୍ଲା ଉପସଭାପତି ପଞ୍ଚାନନ କହଁର, ପ୍ରଦୀପ ମହାନ୍ତି, ରାଜ୍ୟ ସମ୍ପାଦକ କୈଳାଶ ମୁଖି,ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା , ମହିଳ। ଜିଲ୍ଲା ସଭାନେତ୍ରି ପୁନମ୍ କହଁର, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ଆକାଂକ୍ଷା ପ୍ରଧାନ ଫୁଲବାଣୀ ବ୍ଲକ ସଭାପତି ବାଳକୃଷ୍ଣ ସାହୁ, ଖଜୁରୀପଡ଼ା ବ୍ଲକ ସଭାପତି ବିରେନ୍ଦ୍ର କହଁର , ଚକାପାଦ ବ୍ଲକ ସଭାପତି, ଫୁଲବାଣୀ ବ୍ଲକ ଅଧକ୍ଷ। ପୂର୍ବତନ ଫୁଲବାଣୀ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ପ୍ରତାପ ପାତ୍ର, ଖଜୁରୀପଡ଼ା ବରିଷ୍ଟ ବିଜେଡ଼ି ନେତା ବିଷ୍ଣୁ ଲେଙ୍କା, ଫୁଲବାଣୀ ପୌରପରିଷଦର ବରିଷ୍ଠ ଯୁବ ନେତୃତ୍ୱ ବିକ୍ରମ ବେହେରା, ଦାରୁଣ ବେହେରା,ଶ୍ରିବଛ ବେହେରା,ରାଜେନ୍ଦ୍ର ପାଢ଼ୀ, ମାଧବୀ ମିଶ୍ର, ବିରଜା କହଁର, ନଗର ସଭାପତି ବିମଳା ପାଢ଼ୀ, ପ୍ରତାପ ମୁଖି ,ସୁଶାନ୍ତ ମୁଖି,ଓ ଶତାଧିକ ବିଜେଡ଼ି କର୍ମୀ ଓ ଛାତ୍ର ଓ ଯୁବ ଜନତା ଦଳର ଶହ ଶହ ସଂଖ୍ୟାରେ ଯୁବକ, ଓ ଛାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *