କ୍ୟାରିଆର ଫୋକସ କୋଚିଂଙ୍ଗି ସେଣ୍ଟର ରେ ଛାତ୍ରୀଙ୍କୁ ଆଶାଳିନ ବେବହାର*ଦୁଇ ଅଭିଯୁକ୍ତ ଗିରଫ*

ତିର୍ତୋଲ ୧୩/୮ତିର୍ତୋଲ ଥାନା ଅଧୀନ ତିର୍ତୋଲ ସରଣୀ ଛକ ରେ ଥିବା କ୍ୟାରିଆର ଫୋକସ ନାମକ କୋଚିଙ୍ଗି ସେଣ୍ଟର ରେ ଜନୈକ ନାବାଳିକା ଛାତ୍ରୀଙ୍କୁ ଅଶାଳିନ ବେବହାର କରିଥିବା ଦୁଇ ଜଣଙ୍କୁ ତିର୍ତୋଲ ପୁଲିସି ବାନ୍ଧି କୋଟ ଚାଲାଣ କରିଛି l ପୁଲିସି ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଖଣ୍ଡପତି ଗ୍ରାମର ଅର୍ଚନା ଦାସ ସ୍ୱାମୀ ପାରାସର ଦାସ ଙ୍କ ଅଭିଯୋଗ ଅନୁଯାଇ ତାଙ୍କର ନାବାଳିକା କନ୍ୟା ଯିଏ କ୍ୟାରିଆର ଫୋକସ ରେ କୋଚିଙ୍ଗି ନେଉଥିଲା ଗତ ଦୁଇ ଦିନ ତଳେ ଉକ୍ତ କୋଚିଙ୍ଗି ସେଣ୍ଟର ର କର୍ମଚାରୀ ମାନସ ସାହୁ ତାଙ୍କୁ ଅଶ୍ଳୀଳ ଇଂଗିତ କରିଥିଲେଛାତ୍ରୀ ଜଣଙ୍କ ଭୟ ଭିତ ହୋଇ ନିଜ ପରିବାର ଲୋକଙ୍କୁ ଜଣାଇ ଥିଲେ ଓ ଘର ଲୋକଙ୍କ ସହିତ ଆସି ଗତକାଲି ତିର୍ତୋଲ ଥାନାରେ ଅଭିଯୋଗ କରିଥିଲେ ଅଭି ଯୋଗ ପାଇବା ପରେ ତିର୍ତୋଲ ଥାନା କେସ ନମ୍ବର ୩୭୪/୨୬dt ୧୨/୮ରେ ଏକ ମାମଲା ରୁଜୁ କରାଯାଇ, ଗମ୍ଭୀରତାର ସହ ନିଆ ଯାଇ ଥାନା ଅଧିକାରୀ ଜୟଦୀପ ମହାନ୍ତି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମହେନ୍ଦ୍ର ରଣା (୨୯)ପିତା ଶୁକଦେବ ରଣା ଗ୍ରାମ ତଳପଡା ଗ୍ରାମ ତାଳପଡା ଥାନା ସାଲେପୁର,ଓ ଅନନ୍ତ ସାହୁ ଓରଫ ମାନସ (୨୬)ପିତା ଗୌରହାରୀ ସାହୁ ଗ୍ରାମ ତ୍ରିଲୋଚନ ପୁର ଥାନା ଅଭୟଚନ୍ଦପୁର ରୁ ଗିରଫ କରାଯାଇ BNS ଧାରା U/S126(2)/74/75/(2)/76/351(2)/3(5) POCSO ଆକ୍ଟ ରେ ଗିରଫ କରାଯାଇ କୋଟ ଚାଲାଣ କରାଯାଇଛି l

Leave a Reply

Your email address will not be published. Required fields are marked *