ମାକ୍ରୋୱେବ ଟେକ୍ନୋଲୋଜିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ମାକ୍ରୋୱେବ ଟେକ୍ନୋଲୋଜିରେ ୮୦ତମ ସ୍ୱାଧୀନତା ଦିବସ ପାଳିତନବସଂଶୋଧିତ ‘ବନ୍ଦେ ମାତରମ୍’ ପରିବେଷଣ ମୁଖ୍ୟ ଆକର୍ଷଣଭଦ୍ରକ, ୧୫ ଅଗଷ୍ଟ ): ଭଦ୍ରକସ୍ଥିତ ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ଆଜି ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶଭକ୍ତିର ଭାବନାରେ ପାଳିତ ହୋଇଛି । ଏହି ଅବସରରେ ମାନ୍ୟବର ସାଂସଦ, ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା ନବସଂଶୋଧିତ ‘ବନ୍ଦେ ମାତରମ୍’ ଗୀତର ସମୂହ ପରିବେଷଣ । ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଦେଶଭକ୍ତିର ଭାବନାରେ ଗାଇଥିବା ଏହି ଗୀତ ସମଗ୍ର ପରିବେଶକୁ ଦେଶପ୍ରେମରେ ଭରି ଦେଇଥିଲା ।ସ୍ୱାଧୀନତା ଦିବସ ଅବସରରେ ମାକ୍ରୋୱେବ ଟେକ୍ନୋଲୋଜିର ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଦେଶଭକ୍ତିମୂଳକ ଗୀତ, ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦେଶର ଏକତା, ଅଖଣ୍ଡତା ଓ ସାଂସ୍କୃତିକ ବିବିଧତାର ବାର୍ତ୍ତା ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଧଶିକା ଶ୍ରୀମତୀ ନମ୍ରତା ରାୟ , ପରିଚାଳନା ନିର୍ଦ୍ଧଶକ ଶ୍ରୀଯୁକ୍ତ ମନୋଜ କୁମାର ରାୟ, ମାକ୍ରୋୱେବ ସୋଲାର ର ପ୍ରକଳ୍ପ ମୁଖ୍ୟ ସମରେନ୍ଦ୍ର କୁମାର ପୁହାଣ, ରଶ୍ମି ରଞ୍ଜନ ବେହେରା , ଶୁଭସ୍ମିତା ମଲ୍ଲିକ , ରଶ୍ମିପ୍ରଭା ରାଉଳ , ମଧୁସ୍ମିତା ନାୟକ , ରାଜ କିଶୋର ମହାନ୍ତି , ରେବତୀ ବେହେରା , ଆକାଶ ରଞ୍ଜନ ରାଉତରାୟ , ରୁଦ୍ର ନାରାୟଣ ମହାନ୍ତି, ଅର୍ଶଦ ଅଲ୍ଲୀ ଖାଁ , ସୁମନ ପଣ୍ଡା , ନିର୍ମଳ ମାଝୀ , ତପସ୍ୱିନୀ ଶାନ୍ତ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଅନୁଷ୍ଠାନରେ ବକ୍ତାମାନେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ କରିଥିବା ସ୍ୱାଧୀନତା ସଂଗ୍ରାମୀ ଓ ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରିବା ସହ ଯୁବପିଢ଼ିଙ୍କୁ ଦେଶର ଉନ୍ନତିରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମଟି ଦେଶପ୍ରେମ, ଉତ୍ସାହ ଓ ଆନନ୍ଦମୟ ପରିବେଶ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଥିଲା ।
