ସ୍ୱାଧୀନତା ଦିବସରେ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ

ବାଲେଶ୍ୱରକୁ ହରାଇ ପୁରୀ ଚାମ୍ପିୟନ # ଝିପିଝିପି ବର୍ଷାରେ ଖେଳର ମଜାନେଲେ ଦର୍ଶକ # କୋଣାର୍କର ଦୁଇ ଯୁବ ପ୍ରତିଭା ସମ୍ବର୍ଦ୍ଧିତ କୋଣାର୍କ ୧୬,୦୮- ଦେଶର ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କୋଣାର୍କ ସ୍ପୋର୍ଟ୍ସ ଏକାଡେମୀ, ଜନମଙ୍ଗଳ ଯୁବ ସଂଗଠନ ଓ କୋଣାର୍କ ଏନଏସିର ମିଳିତ ସହଯୋଗରେ କଲ୍ୟାଣ ମଣ୍ଡପ ପଡିଆରେ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟ ମୁଖ୍ୟ ଅତିଥି ଭାବରେ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ଜେନା, ଉପାଧ୍ୟାକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ, ସମ୍ମାନିତ ଅତିଥି ଭାବରେ ଓଡିଶା କ୍ରିକେଟର ମୁଖ୍ୟ କୋଚ ଶ୍ରୀ ପ୍ରଭଞ୍ଜନ ମଲ୍ଲିକ, ଚମ୍ପହାର ଅଗ୍ନିଶମ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ବିଚିତ୍ର କୁମାର ଚୌଧୁରୀ, ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର କ୍ଲବ , ଭୁବନେଶ୍ୱର ରେନବୋ କ୍ଲବ, ପୁରୀ କ୍ଲବ ଓ ଚନ୍ଦ୍ରଭାଗା କ୍ଲବ ଅଂଶ ଗ୍ରହଣ କରିଥିଲେ I ରାଉଣ୍ଡ ଲିଗ୍ ଖେଳ ପରେ ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ପୁରୀ ଆଉ ବାଲେଶ୍ୱର I

ଫାଇନାଲ ମ୍ୟାଚ ୩ ସେଟ ବିଶିଷ୍ଟ ଖେଳା ଯାଇଥିଲା ବେଳେ ଏହି ମ୍ୟାଚ ରେ ପୁରୀ ଦଳ ଖେଳାଳି ମାନେ ଲଢୁଆ ଖେଳ ପ୍ରଦର୍ଶନ କରି ବାଲେଶ୍ୱରକୁ ୨-୦ ରେ ହରାଇ କୋଣାର୍କ କପ ୨୦୨୬ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଖେଳ ଗୁଡିକୁ ପରିଚାଳନା କରିଥିଲେ ରେଫ୍ରି ଶ୍ରୀକାନ୍ତ ନାୟକ, ପ୍ରିୟରଞ୍ଜନ ସାହୁ, ଉଦୟଭନୁ ସୁନ୍ଦରରାୟ, ବିଦ୍ୟୁତଭୂଷଣ ରଥ ଏବଂ ତ୍ରିଲୋଚନ ଦାଶ I ଏହି ମ୍ୟାଚ ଗୁଡିକ ଝିପି ଝିପି ବର୍ଷା ସତ୍ୱେ ହଜାର ହଜାର ଦର୍ଶକ ଉପଭୋଗ କରି ମଜା ନେଇଥିଲେ I ବିଜେତା ଦଳକୁ ଚମ୍ପିୟାନ ଟ୍ରଫି ସହ ୬୦୦୦ ଟଙ୍କା ଓ ଉପବିଜେତା ଦଳକୁ ରନର-ଅପ ଟ୍ରଫି ସହ ୪୦୦୦ ଟଙ୍କା ପ୍ରଦାନ କରାଯାଇଥିଲା I ଅନୁଷ୍ଠାନ ତରଫରୁ ଭଲିବଲ ଖେଳରେ ଆମ ଅଞ୍ଚଳ ପାଇଁ ସୁନାମ ଆଣିଥିବା ଦୁଇ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା ଜାତୀୟ ଜୁନିଅର ଓ ଜାତୀୟ ସ୍କୁଲ ଖେଳିଥିବା ପ୍ରାଞ୍ଜଳ ରାଉତରାୟ ଓ ଜାତୀୟ ସବ-ଜୁନିଅର ଖେଳିଥିବା ସୋମ୍ୟଜିତ ସାହୁଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା I ଟୁର୍ଣ୍ଣାମେଣ୍ଟ ଟିକୁ ସଫଳ କରିଥିବାରୁ କୋଣାର୍କ ସ୍ପୋର୍ଟ୍ସ ଏକାଡେମୀ ସଭାପତି ଚନ୍ଦ୍ର ଶେଖର ରାଉତରାୟ ଓ ଜନ ମଙ୍ଗଳ ଯୁବ ସଂଗଠନ ର ସମ୍ପାଦକ ରାମକୃଷ୍ଣ ମହାନ୍ତି ସମସ୍ତ ଦଳ, କୋଣାର୍କ ଏନଏସି ର ସମସ୍ତ କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ସମସ୍ତ ବ୍ୟବସାୟୀ ଏବଂ ଅନ୍ୟ ସମସ୍ତ ସହଯୋଗୀ ସଂଗଠନ ମାନଙ୍କୁ ପ୍ରଶଂସା କରିଥିଲେ I ସମ୍ପାଦକ ରମାକାନ୍ତ ଖଟୋଇ, ଉପସଭାପତି ରଶ୍ମି ରଞ୍ଜନ ବିଶ୍ୱାଳ, ସଂଗ୍ରାମ କେଶରୀ ସାହୁ, ପ୍ରସନ୍ନ କୁମାର ମହାନ୍ତି, ଶିଶିର ସେଠ, ସୁଜିତ ରାଉତରାୟ, ବିପିନ ବିହାରୀ ପରିଡା, ରମେଶ ସ୍ୱାଇଁ, ନୀଳମଣି ମହାନ୍ତି, ସୁଧାଂଶୁ ଶେଖର ପାଢ଼ୀ, ବିଶ୍ୱଜିତ ରାଉତରାୟ ଓ ଗିରିଜା ଶଙ୍କର ବେଉରା ପ୍ରମୁଖ ସମସ୍ତ ଆୟୋଜନ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *