ଭଦ୍ରକରେ ବନ୍ୟା ପରିସ୍ଥିତି ନେଇ ଛୁଟି ବାତିଲ
ଭଦ୍ରକରେ ବନ୍ୟା ପରିସ୍ଥିତି ନେଇ ଛୁଟି ବାତିଲ, କର୍ମଚାରୀଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗଦେବା ପାଇଁ ନିର୍ଦ୍ଦେଶ**ବନ୍ୟା ମୁକାବିଲା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶଭଦ୍ରକ, ୧୬/୦୮: ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ଏକ ଜରୁରୀ ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଭାଗ ଓ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟି ତତ୍କାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି।ଛୁଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ନିଜ ଡ୍ୟୁଟିରେ ଯୋଗଦେଇ ନିଜ ନିଜ ମୁଖ୍ୟାଳୟରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ଅନୁମତି ବିନା କୌଣସି ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।ଜିଲ୍ଲାରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ମଧ୍ୟରେ ଏହି ପଦକ୍ଷେପ ରିଲିଫ୍, ଉଦ୍ଧାର, ନିରୀକ୍ଷଣ ଓ ଜରୁରୀ ସେବାକୁ ଅବିରତ ରଖିବା ଉଦ୍ଦେଶ୍ୟରେ ନିଆଯାଇଛି। ରାଜ୍ୟରେ ପୁଣି ଲଘୁଚାପ ଯୋଗୁଁ ଭାରୀ ବର୍ଷାର ଚେତାବନୀ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି।
