ସ୍ୱାଧୀନତା ଦିବସରେ ଦିବ୍ୟାଙ୍ଗ ଓ ଶ୍ରମଜୀବୀଙ୍କୁ ବିଧାୟକହିମାଂଶୁ ଶେଖର ସାହୁ ଙ୍କ ସହାୟତା

ଧର୍ମଶାଳା: = ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଧର୍ମଶାଳା ଅଞ୍ଚଳର ଅସହାୟ, ଦିବ୍ୟାଙ୍ଗ ଓ ଶ୍ରମଜୀବୀ ପରିବାରଙ୍କ ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି ଧର୍ମଶାଳାର ମାନ୍ୟବର ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ।ସ୍ୱାଧୀନତା ଦିବସର ଏହି ପବିତ୍ର ଅବସରରେ ବିଧାୟକ ଶ୍ରୀ ସାହୁ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କୁ ବ୍ୟାଟେରୀ ଚାଳିତ ଗାଡ଼ି ପ୍ରଦାନ କରି ସେମାନଙ୍କ ସ୍ୱାବଲମ୍ବନର ପଥକୁ ସୁଗମ କରିଥିଲେ। ଏଥିସହିତ ତିନିଚକିଆ ଟ୍ରଲି ଚଳାଇ ନିଜ ପରିବାରର ପ୍ରତିପୋଷଣ କରୁଥିବା ଶ୍ରମଜୀବୀ ଭାଇମାନଙ୍କୁ ମଧ୍ୟ ରାସନ ସାମଗ୍ରୀ ପ୍ରଦାନ କରି ସହଯୋଗ କରିଥିଲେ।ଅନ୍ୟପକ୍ଷରେ, ଗ୍ରାମାଞ୍ଚଳରେ ଲୋକଙ୍କ ସେବାରେ ନିରନ୍ତର ନିୟୋଜିତ ଥିବା ଆଶାକର୍ମୀ ଭଉଣୀମାନଙ୍କୁ ମଧ୍ୟ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ସମାଜର ଆବଶ୍ୟକତା ଥିବା ବର୍ଗଙ୍କ ପାଖରେ ସ୍ୱାଧୀନତା ଦିବସର ଖୁସି ପହଞ୍ଚାଇବା ସହ ସେମାନଙ୍କ ଜୀବନରେ ଆତ୍ମନିର୍ଭରତା ଓ ଆଶାର ଆଲୋକ ଭରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ବିଧାୟକଙ୍କ ଏହି ମାନବିକ ପଦକ୍ଷେପକୁ ନେଇ ହିତାଧିକାରୀମାନେ ଖୁସି ପ୍ରକାଶ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ସ୍ୱାଧୀନତାର ପ୍ରକୃତ ସାର୍ଥକତା ସେତେବେଳେ ହିଁ, ଯେତେବେଳେ ସମାଜର ଶେଷ ଧାଡ଼ିରେ ଥିବା ମଣିଷଟିଏ ମଧ୍ୟ ସମ୍ମାନର ସହ ବଞ୍ଚିବାର ସୁଯୋଗ ପାଏ—ବିଧାୟକଙ୍କ ଏହି ମାନବିକ ପ୍ରୟାସ ସେହି ବାର୍ତ୍ତାକୁ ହିଁ ପ୍ରତିଫଳିତ କରିଛି।

Leave a Reply

Your email address will not be published. Required fields are marked *