ନବରଙ୍ଗପୁରରେ ସ୍ୱାଧୀନତା ଦିବସ: ମନ୍ତ୍ରୀ ଉତ୍ତୋଳନ କଲେ ତ୍ରିରଙ୍ଗା*

ନବରଙ୍ଗପୁର ଷ୍ଟାଡିୟମରେ ଦେଶଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି ସ୍ୱାଧୀନତା ଦିବସ। ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ, ଏସ୍‌ପି, ସ୍ଥାନୀୟ ବିଧାୟକ, ପୌରପାଳି ଅଧ୍ୟକ୍ଷ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ସାଧାରଣ ଲୋକ ଉପସ୍ଥିତ ଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ୍‌, ଓ ସ୍କାଉଟ୍‌ ଦଳଙ୍କ ଆକର୍ଷଣୀୟ ଦେଶଭକ୍ତିମୂଳକ ନୃତ୍ୟ, ଗୀତ ଓ ସାଂସ୍କୃତିକ ପରିବେଷଣ ସମାରୋହକୁ ଆହୁରି ଆକର୍ଷଣୀୟ କରିଥିଲା।

ସମାରୋହ ଅବସରରେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ଓ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଅଧିକାରୀ, କର୍ମଚାରୀ ଓ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୁରସ୍କୃତ କରିଥିଲେ। ଏହା ସହ ପ୍ୟାରେଡ୍‌ ଓ ସାଂସ୍କୃତିକ ପରିବେଷଣରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।ସମଗ୍ର ଷ୍ଟାଡିୟମ ପରିସର ଦେଶଭକ୍ତିର ଭାବନାରେ ଭରିଯାଇଥିବା ବେଳେ ଉତ୍ସବମୁଖର ପରିବେଶରେ ସ୍ୱାଧୀନତା ଦିବସ ସମାରୋହ ସମାପ୍ତ ହୋଇଥିଲା।ନବରଙ୍ଗପୁର ରୁ ରାଜ୍ ମିର୍ଗାନ୍ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ!

Leave a Reply

Your email address will not be published. Required fields are marked *