ମହାଆଡ଼ମ୍ବରରେ ସ୍ୱାଧୀନତା ଦିବସ ପାଳିତ
ମହାଆଡ଼ମ୍ବରରେ ସ୍ୱାଧୀନତା ଦିବସ ପାଳିତ
କୋଣାର୍କ:- କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କଲ୍ୟାଣ ମଣ୍ଡପ ପରିସରରେ ମହାଆଡ଼ମ୍ବରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ସ୍କୁଲ ସ୍ତରୀୟ ପ୍ୟାରେଡ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି, ଯୁବନେତା ସୌମ୍ୟ ସୌରଭ ଦାଶଙ୍କ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହିଥିଲେ। ବିଭିନ୍ନ ସ୍କୁଲର ୩୦ ରୁ ଅଧିକ ସବ ଜୁନିଅର, ଜୁନିଅର ଓ ସିନିୟର୍ କ୍ୟାଟେଗୋରି ଦଳ ପ୍ୟାରେଡରେ ଭାଗ ନେଇଥିଲେ। ଏଥି ସହିତ ପୂର୍ବରୁ ହୋଇଥିବା ବିଭିନ୍ନ ସାହିତ୍ୟିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ସହ ପ୍ୟାରେଡ ଓ କଉତୁକ ପୋଷାକ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କ ସହ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ। ବିଚାରକ ମଣ୍ଡଳୀରେ ଇନ୍ସପେକ୍ଟର ପ୍ରଶାନ୍ତ ପଢ଼ିଆରୀ, ଅଗ୍ନିଶମ ସହ ଅଧିକାରୀ ବିଚିତ୍ର ଚୌଧୁରୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟତ୍ରୀ ଡଃ ସ୍ଵର୍ଣ୍ଣଲତା ତ୍ରିପାଠି ପ୍ରମୁଖ କାର୍ଯ୍ୟ ନିର୍ବାହ କରିଥିଲେ। ଏନସିସି ଅଧିକାରୀ ଅଧ୍ୟାପକ ବିନୟ ଭୂଷଣ ମହାନ୍ତି, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି, ଗୋପାଳ ଚନ୍ଦ୍ର ଦାଶ, କନିଷ୍ଠ ଯନ୍ତ୍ରୀ ଅର୍ଜୁନ ସାମଲ ପ୍ରମୁଖଙ୍କ ସହ ଏନଏସି ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
