୨୦୦ରୁ ଅଧିକ ଗିରଫ; ସ୍ୱାଧୀନତା ଦିବସ ପୂର୍ବରୁ

୨୦୦ରୁ ଅଧିକ ଗିରଫ; ସ୍ୱାଧୀନତା ଦିବସ ପୂର୍ବରୁ ଆଇଏସଆଇI-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସସୀମାପାର ଆତଙ୍କବାଦ ପ୍ରତି ‘ଶୂନ ସହନଶୀଳତା’ ନୀତି; ଅଗଷ୍ଟ ୧୨ରେ ୧୪ଟି ରାଜ୍ୟରୁ ୨୫୩ ଜଣ ଅଟକଶହଜାଦ ଭଟ୍ଟି ନେଟୱର୍କ ବିରୋଧରେ ୮୦ରୁ ଅଧିକ ଏଫ୍‌ଆଇଆର୍‌, ୨୦୦ରୁ ଅଧିକ ଗିରଫସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଇଏସଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ଶାହଜାଦ ଭଟ୍ଟି ନେଟୱାର୍କ (ଏସବିଏନ) ବିରୋଧରେ ବିଭିନ୍ନ ରାଜ୍ୟରେ ଏକ ବଡ଼ ଧରଣର ଅଭିଯାନ ଚଲାଇ ଏହାର ଆତଙ୍କବାଦୀ ସିଣ୍ଡିକେଟକୁ ନଷ୍ଟ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ସୀମାପାର ଆତଙ୍କବାଦ ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତି ଅଧୀନରେ ୧୪ଟି ରାଜ୍ୟରୁ ୨୫୩ ଜଣଙ୍କୁ ଅଟକ ରଖାଯାଇଛି, ୮୦ରୁ ଅଧିକ ମାମଲା ରୁଜୁ କରାଯାଇଛି ଏବଂ ଏହି ନେଟଓ୍ବର୍କ ସହ ସଂପୃକ୍ତ ୨୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ‘ଏକ୍ସ’ ପ୍ଲାଟଫର୍ମରେ ଏକ ପୋଷ୍ଟ କରି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, “ମୋଦୀ ସରକାର ସ୍ୱାଧୀନତା ଦିବସ ପୂର୍ବରୁ ଆଇଏସଆଇ-ସମର୍ଥିତ ଆତଙ୍କବାଦୀ ସଂଗଠନ ଶାହଜାଦ ଭଟ୍ଟି ନେଟୱାର୍କକୁ ଧ୍ୱଂସ କରିଛନ୍ତି ଏବଂ ୨୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରି ଏହାର ବଡଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି। ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ-ସହନଶୀଳତା ନୀତିର ଏକ ଉଜ୍ଜ୍ୱଳ ଉଦାହରଣ ପ୍ରଦର୍ଶନ କରି ଭାରତୀୟ ସୁରକ୍ଷା ବାହିନୀ ୧୪ଟି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସମନ୍ୱିତ ଅଭିଯାନ ଆରମ୍ଭ କରି ଏହି ନେଟୱାର୍କକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ଏହି ଆଇଏସଆଇ ସମର୍ଥିତ ଗୋଷ୍ଠୀଠାରୁ ଆଇଇଡି, ପାକିସ୍ତାନ ଅର୍ଡନାନ୍ସ ଫ୍ୟାକ୍ଟ୍ରି ମାର୍କିଂ ଥିବା ଗ୍ରେନେଡ୍, ପିସ୍ତଲ, ଜୀବନ୍ତ ଗୁଳି ଏବଂ ସିସିଟିଭି କ୍ୟାମେରା ସହ ବହୁ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଏହି ନେଟୱାର୍କ କେତେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିଲା।”ଶାହଜାଦ ଭଟ୍ଟି ନେଟୱାର୍କ ହେଉଛି ଏକ ପାକିସ୍ତାନ-ଭିତ୍ତିକ ଏବଂ ଆଇଏସଆଇ ସମର୍ଥିତ ଏକ ଆତଙ୍କବାଦୀ ସିଣ୍ଡିକେଟ୍, ଯାହା ଭାରତସାରା ଗ୍ରେନେଡ୍, ଆଇଇଡି ଓ ପେଟ୍ରୋଲ ବୋମା ଆକ୍ରମଣ ଏବଂ ଲକ୍ଷ୍ୟଭିତ୍ତିକ ହତ୍ୟାକାଣ୍ଡ ସହ ଜଡ଼ିତ। ସୁରକ୍ଷା ବାହିନୀ, ପୁଲିସ ଏବଂ ଧାର୍ମିକ ସ୍ଥଳଗୁଡ଼ିକର ରେକି କରିବା ସହ ଗୁପ୍ତଚର ବ୍ୟବହାର ପାଇଁ ସିସିଟିଭି କ୍ୟାମେରା ଲଗାଇବାକୁ ଏହି ସଂଗଠନ ନିଜର ସ୍ଥାନୀୟ ସହଯୋଗୀମାନଙ୍କୁ ଅର୍ଥ ପ୍ରଦାନ କରୁଥିଲା।ସ୍ୱାଧୀନତା ଦିବସ ପୂର୍ବରୁ ଏହି ସଂଗଠନ ଦ୍ବାରା ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡ଼ଯନ୍ତ୍ର କରାଯାଇଥିବାବେଳେ ତାହାକୁ ପଣ୍ଡ କରିବା ପାଇଁ ସୁରକ୍ଷା ଏଜେନ୍ସି ଦ୍ବାରା ଅଗଷ୍ଟ ୧୨ରେ ରାଜ୍ୟ ପୁଲିସ ବାହିନୀଗୁଡ଼ିକ ସହ ରିଅଲ-ଟାଇମ୍ ଇଣ୍ଟେଲିଜେନ୍ସ ସେୟାରିଂ ସିଷ୍ଟମ୍ ବ୍ୟବହାର କରି ଏକ ସମନ୍ୱିତ ବହୁ-ରାଜ୍ୟ ଅଭିଯାନ ଚଳାଯାଇଥିଲା। ଏହାଦ୍ୱାରା ୧୪ଟି ରାଜ୍ୟରୁ ୨୫୩ ଜଣଙ୍କୁ ଅଟକ ରଖାଯାଇଛି, ସେମାନଙ୍କ ମଧ୍ୟରୁ ଉତ୍ତର ପ୍ରଦେଶରୁ ୬୨, ହରିୟାଣାରୁ ୫୨, ଦିଲ୍ଲୀରୁ ୫୧, ପଞ୍ଜାବରୁ ୪୪, ରାଜସ୍ଥାନରୁ ୧୫, ମହାରାଷ୍ଟ୍ରରୁ ୮, ଉତ୍ତରାଖଣ୍ଡରୁ ୫, କର୍ଣ୍ଣାଟକ, ଗୁଜରାଟ ଓ ବିହାରରୁ ୩ ଜଣ ଲେଖାଏଁ, ଏବଂ ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର ଓ କେରଳରୁ ୨ ଜଣ ଲେଖାଏଁ ଅଛନ୍ତି। ଏହାସହ ଦିଲ୍ଲୀ ଏବଂ କର୍ଣ୍ଣାଟକରେ ନୂତନ ଏଫଆଇଆର ରୁଜୁ କରାଯାଇଛି।ସମୁଦାୟ ଭାବେ, ଏସବିଏନ ବିରୋଧରେ ୟୁଏପିଏ, ବିଏନଏସ, ଆର୍ମସ ଆକ୍ଟ, ଏନଡିପିଏସ ଆକ୍ଟ ଏବଂ ବିସ୍ଫୋରକ ପଦାର୍ଥ ଆଇନ ଅଧୀନରେ ୮୦ରୁ ଅଧିକ ଏଫଆଇଆର ଏବଂ ୨୦୦ରୁ ଅଧିକ ଗିରଫଦାରୀ କରାଯାଇଛି। ଜବତ ସାମଗ୍ରୀଗୁଡ଼ିକ ମଧ୍ୟରେ ଆଇଇଡି, ପାକିସ୍ତାନ ଅର୍ଡନାନ୍ସ ଫ୍ୟାକ୍ଟ୍ରି ମାର୍କିଂ ଥିବା ଗ୍ରେନେଡ୍, ପିସ୍ତୋଲ, ଜୀବନ୍ତ କାର୍ତୁଜ ଏବଂ ଗୁପ୍ତଚର ପାଇଁ ବ୍ୟବହୃତ ସିସିଟିଭି ଅନ୍ତର୍ଭୁକ୍ତ ରହିଛି। ଏହା ଏହି ନେଟୱାର୍କର ସୀମାପାର ସହ ସିଧାସଳଖ ସମ୍ପର୍କକୁ ନିଶ୍ଚିତ କରୁଛି।ସୀମାପାର ଆତଙ୍କବାଦ ପ୍ରତି ଭାରତ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତି ଏବଂ ସାରା ଦେଶରେ ଏସବିଏନ ନେଟୱାର୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ନିରନ୍ତର ସମନ୍ୱିତ ଅଭିଯାନ ଜାରି ରହିବ ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ଦୋହରାଇଛନ୍ତି।

Leave a Reply

Your email address will not be published. Required fields are marked *