କ୍ଲବ ଲାଇଫ ଲାଇନ ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର ତା-୧୫.୦୮.୨୦୨୬ ଭୁବନେଶ୍ୱର ୟୁନିଟ୍ ୬ସ୍ଥିତ କ୍ଲବ ଲାଇଫ ଲାଇନ ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର ଅବସରରେ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀ କାଳୀ ଶଙ୍କର ପାଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିବା ବେଳେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ସିଦ୍ଧାର୍ଥ ମିଶ୍ର ଜାତୀୟ ସଂଗୀତ ଗାନ କରିଥିଲେ । ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପତାକା ଉତ୍ତୋଳନ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ କ୍ଲବ ତରଫରୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀ ମିଶ୍ର ୪ ଜଣ ସଦସ୍ୟଙ୍କୁ ସେମାନଙ୍କର ବିଶିଷ୍ଟ ସେବା ପାଇଁ ପୁରସ୍କୃତ କରିଥିଲେ । ସେମାନେ ହେଲେ ଶ୍ରୀ ପୂର୍ଣ୍ଣେନ୍ଦୁ ମିଶ୍ର, ଡାନିଏଲ ସାହାଣୀ, ବିନୟ ଆଚାର୍ଯ୍ୟ ଓ ଶ୍ରୀ ଦିନେଶ ଚନ୍ଦ୍ର ସାହୁ । ସ୍ୱାଧୀନତା ଦିବସରେ କ୍ଲବ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା । ବରିଷ୍ଠ ସଦସ୍ୟ ଶ୍ରୀ ମନୋରଞ୍ଜନ ପୃଷ୍ଟି, ଶ୍ରୀ ପ୍ରଶାନ୍ତ ପ୍ରହରାଜ, ଶ୍ରୀ ସିଦ୍ଧାର୍ଥ ମିଶ୍ର ଓ ଶ୍ରୀ ଧୀରଜ ବଳବନ୍ତରାୟ ବୃକ୍ଷରୋପଣ କରିଥଲେ । ଶେଷରେ କଣ୍ଠଶିଳ୍ପୀ ଶ୍ରୀ ସିଦ୍ଧାର୍ଥ ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ଚୌଧୁରୀ ଦେବବ୍ରତ ଦାସ, ସମୀର ମହାପାତ୍ର ଓ ଅନନ୍ତ ବାସୁଦେବ ମିଶ୍ର ପ୍ରମୁଖ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ ।
