ବିଦ୍ୟାଳୟ ତାଲା ଭାଙ୍ଗି ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍
ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ଯଦୁପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ରାତ୍ରିରେ ଚାଉଳ ବସ୍ତା ଚୋରି କଲେ ଦୁବୃର୍ତ୍ତ। ବିଦ୍ୟାଳୟର ସଭାପତି ସଦାଶିବ ମୁଦୁଲି ବାଲିଦୋକାନ ଆସୁଥିବା ବେଳେ ବିଦ୍ୟାଳୟର ପାଚେରୀ ଉପରେ ବସ୍ତେ ଚାଉଳ ଦେଖି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ପରେ ବିଦ୍ୟାଳୟରେ ତୁରନ୍ତ ପ୍ରଧାନ ଶିକ୍ଷୟତ୍ରୀ ପହଞ୍ଚି ପାଚେରୀ ଉପରେ ଚାଉଳ ବସ୍ତା ଦେଖି ଗାଁ ଲୋକଙ୍କୁ ଜଣାଇବା ସହ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ ବନାନୀ ମହାନ୍ତି। ଲିଖିତ ଅଭିଯୋଗ ପାଇଁ କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢିଆରିଙ୍କ ଅନୁମତିରେ ସବ୍ ଇନ୍ସପେକ୍ଟର କେଦାର ଦୋରା ଯଦୁପୁର ବିଦ୍ୟାଳୟକୁ ଯାଇ ଏକ

ବସ୍ତା ଚାଉଳ ଜବତ କରିବା ସହ ବିଦ୍ୟାଳୟ ଗୃହର କଟାଯାଇଥିବା କବାଟ,ଚାଉଳ ବସ୍ତା ଓ ବିଭିନ୍ନ ସ୍ଥାନରେ ନିରେଖି ଦେଖିବା ସହ ତୁରନ୍ତ ଚୋରକୁ ଧରିବାକୁ ଗ୍ରାମବାସୀ ଓ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବରୁ ପାଣି ମଟର ମଧ୍ୟ ଚୋରି ହୋଇଥିବା ବେଳେ ଗାଁରେ ବୈଠକ ବସିବା ଦିନ ବିଦ୍ୟାଳୟ ଛାତ ଉପରେ ପାଣି ମଟରକୁ କିଏ ଫୋପାଡି ଦେଇଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀ ମାନଙ୍କ କହିବା ଅନୁଯାୟୀ ଗ୍ରାମର ଜଣେ ନିଶାଗ୍ରସ୍ତ ଯୁବକ ଏପରି ବାରମ୍ବାର ଚୋରି କରୁଛି। କୋଣାର୍କ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଖୁବୁଶ୍ରୀଘ୍ର ଚୋରକୁ ଧରିବାକୁ ସୂଚନା ଦେଇଛନ୍ତି।
