ଅଳକା ଆଶ୍ରମର ପରିଚାଳନା କମିଟି ବୈଠକଉତ୍ତର ପିଢିକୁ ସଶକ୍ତ କରିବା ପାଇଁ ବ୍ୟାପକ କାର୍ଯ୍ୟ ନିଷ୍ପତ୍ତି
ଜଗତସିଂହପୁର; ୧୮/୦୮ଐତିହାସିକ ଅଳକା ଆଶ୍ରମର ପରିଚାଳନା କମିଟିର ବୈଠକ ଚାଟ୍ରା ସ୍ଥିତ ଆଶ୍ରମର ସଭାଗୃହରେ ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଉତ୍ତର ପିଢିକୁ ବୌଦ୍ଧିକ, ଶାରୀରିକ ତଥା ସୃଜନଶୀଳତା ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ଏକ ସୁସ୍ଥ ଯୁବଶକ୍ତି ପାଇଁ ନିଶାମୁକ୍ତ ଯୁବଶକ୍ତି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇ ସେମାନଙ୍କ ବୌଦ୍ଧିକ ବିକାଶକୁ ତ୍ଵରାନିତ୍ଵ କରିବା ଓ ମହାପୁରୁଷମାନଙ୍କ ଜୟନ୍ତୀ ଆଶ୍ରମ ପରିସର ପରିବର୍ତ୍ତେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆୟୋଜନ କରି ଛାତ୍ରଛାତ୍ରୀମାନଙ୍କୁ ମାଟିମନସ୍କ ହେବାରେ ପ୍ରୋତ୍ସାହିତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଅଳକା ଆଶ୍ରମର ତ୍ୟାଗ ଓ ତିତିକ୍ଷାର ବାର୍ତ୍ତାକୁ ସାଧାରଣ ଜନତାଙ୍କୁ ପ୍ରଦାନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସର୍ବସମ୍ମତି ମତ ପ୍ରକାଶ ପାଇଛି। ସଭାପତି ଗୌରାଙ୍ଗ ଚରଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଂଯୋଜକଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗଦେଇ ନିଜ ନିଜର ମୁଲ୍ୟବାନ ମତ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରେମଳତା ବାରିକ, ସୁଜାତା ମହାରଣା, ନିହାର ରଞ୍ଜନ ସ୍ଵାଇଁ, ଜ୍ୟୋତି ରଞ୍ଜନ ପ୍ରଧାନ, ନଗେନ୍ଦ୍ର ନାଥ ସ୍ବାଇଁ, ସୁରେଶ କୁମାର ପ୍ରଧାନ, ହେମନ୍ତ କୁମାର ନାୟକ, ସରୋଜ କୁମାର ବେହେରା, ସୁଭାଷ କୁମାର ରାଉତ, ସୋମନାଥ ମହାରଣା, ରାଧାକାନ୍ତ ମିଶ୍ର, ଶାନ୍ତନୁ କୁମାର ମିଶ୍ର, ସରିତ ମହାପାତ୍ର, ଅଜୟ କୁମାର ଗୋଛାୟାତ, ସଶାଙ୍କ ଶେଖର ପଣ୍ଡା, ଅଭିଜିତ କୁମାର ପରିଡା ପ୍ରମୁଖ ଅଟନ୍ତି। ଅଳକା ଆଶ୍ରମର କୋଷାଧ୍ୟକ୍ଷ ବିଜୟ କୁମାର ରଥ ସଭାପତି ସମେତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
