ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ …..ରାଉରକେଲା: ସିନିଅର ସିଟିଜେନ ସୋସାଇଟି ର ଗୃହଲକ୍ଷ୍ମୀ ତରଫରୁ ଦ୍ବିଦିବସୀୟ ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଗୈ।ରାଙ୍ଗ ସେଠୀଙ୍କ ଆବାହକତ୍ୱ ରେ ତଥା ସେକ୍ଟର ୧୮ ସ୍ଥିତ ଗୁରୁ ତେଗବାହାଦୂର ପବ୍ଲିକ ସ୍କୁଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁରେଶ ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁକ୍ତିକାନ୍ତ ବେହେରା,ଗ୍ରେସୀ ଡେଭିଡ, କୁଞ୍ଜବିହାରୀ ରାଉତ, ଅଶୋକ ରାଉତ,ସୁଚିସ୍ମିତା ରାଉତ ଓ ବାଇନ ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାୟ ଦୁଇ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ଅଣ୍ଡର ୭,୯,୧୧,୧୩,୧୫ ବର୍ଷରେ ବିଭକ୍ତ କରାଯାଇ ପ୍ରତିଯୋଗିତା

କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁଦ୍ୱାରା କମିଟିର ସର୍ଦ୍ଦାର ବଲବିନ୍ଦର ସିଂ, ସର୍ଦ୍ଦାର ଯୋଗେନ୍ଦ୍ର ସିଂ ଓ ଅନୁଷ୍ଠାନର ସୁବାସିନୀ ବିଶ୍ବାଳ,ଶୁକମତୀ ସୋରେନ, ଉର୍ମିଳା ଡାଳୁଆ, ମୀନାକ୍ଷୀ ଓଝା, ପ୍ରଶ୍ମିତା ସାହୁ, ସବିତା ରାଉଳ, ସୁଦାମ ବେହେରା, ନରେନ୍ଦ୍ର ସିଂ କାହ୍ଲା, ଜଗଦୀଶସ୍ବରୀ ଦାସ, ସୁଲୋଚନା ଓଝା ଓ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ଜେ ଆର ଏମ୍ ବେହେରା,ଗୁରୁନାଥ ପ୍ରଧାନ, ସୁଶାନ୍ତ କୁମାର ଦାସ,ପି କେ ସାହୁ,ସାମୁ ହେମ୍ରମ,ପି କେ ବିଶୋଇ, ଶ୍ରଦ୍ଧାଞ୍ଜଳି ବାରିକ ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା ୨୨ ଓ ୨୩ ତାରିଖ ଦିନ ସେହି ବିଦ୍ୟାଳୟ ଠାରେ ଡ୍ରଇଂ, ପେଣ୍ଟିଂ, ବତ୍କୃତା ଓ ଆଙ୍କରିଂ ପ୍ରତିଯୋଗିତା କରାଯିବ। ଏହି ସମସ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନର ବାର୍ଷିକୋତ୍ସବ ରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ମୁଖ୍ୟ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।
