ଲୌହ ମାନବୀ ସରଳା ଦେବୀଙ୍କ ଜନ୍ମ ତାରିଖକୁ ନେଇ ଦ୍ୱନ୍ଦ ଦୂର ହେଉ: ବିଶ୍ୱଜିତ ପାଣି

କଟକ:* ଓଡ଼ିଶାର ପ୍ରଥମ ମହିଳା ବିଧାୟିକା ତଥା ସ୍ୱାଧୀନତା ସଂଗ୍ରାମୀ ଲୌହ ମାନବୀ ସରଳା ଦେବୀଙ୍କ ଜନ୍ମ ତାରିଖକୁ ନେଇ ବର୍ଷ ବର୍ଷ ଧରି ଦ୍ୱନ୍ଦ ଲାଗି ରହିଛି। ଅନେକ ସ୍ଥାନରେ ତାଙ୍କ ଜନ୍ମ ତାରିଖ ଅଗଷ୍ଟ 9 ଏବଂ ଅନେକ ସ୍ଥାନରେ ଅଗଷ୍ଟ 19 ବୋଲି ଉଲ୍ଲେଖ ରହିଛି।ସାମାଜିକ କର୍ମୀ ବିଶ୍ୱଜିତ ପାଣି ସୂଚନା ଅଧିକାର ଆଇନ ଜରିଆରେ ଓଡ଼ିଶା ବିଧାନସଭାରୁ ସୂଚନା ମାଗିଥିଲେ। ବିଧାନସଭାର ସୂଚନା ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ 1937-1946 ମସିହାରେ କଟକ ସହର ପଶ୍ଚିମର ବିଧାୟିକା ସରଳା ଦେବୀଙ୍କ ଜନ୍ମ ତାରିଖ 1904 ମସିହା ଅଗଷ୍ଟ 19 ତାରିଖ।ଶ୍ରୀ ପାଣି କହିଛନ୍ତି, ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ସହ ଯୋଡ଼ି କେତେକ ଅନୁଷ୍ଠାନ ତାଙ୍କ ଜୟନ୍ତୀ ପାଳନ କରୁଛନ୍ତି ଯାହା ଏଭଳି ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଅପମାନ। ସେ ସରକାରଙ୍କୁ ବିଧାନସଭାର ସରକାରୀ ତଥ୍ୟକୁ ଆଧାର କରି ଅଗଷ୍ଟ 19କୁ ସରଳା ଦେବୀଙ୍କ ପ୍ରକୃତ ଜନ୍ମ ଦିବସ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *