ସେଲ୍‌, ରାଉରକେଲା ଇସ୍ପାତ କାରଖାନା ର ହଟ୍‌ ଷ୍ଟ୍ରିପ୍‌ ମିଲ୍‌-୨ ବିଭାଗକୁ କୁ ୨୦୨୫-୨୬ ବର୍ଷ ପାଇଁ ‘ସୃଜନୀ ରୋଲିଂ ଟ୍ରଫି

ସେଲ୍‌, ରାଉରକେଲା ଇସ୍ପାତ କାରଖାନା ର ହଟ୍‌ ଷ୍ଟ୍ରିପ୍‌ ମିଲ୍‌-୨ ବିଭାଗକୁ କୁ ୨୦୨୫-୨୬ ବର୍ଷ ପାଇଁ ‘ସୃଜନୀ ରୋଲିଂ ଟ୍ରଫି’ସ୍ୱାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ୧୪ ତାରିଖରେ ସିଭିକ୍‌ ସେଣ୍ଟରଠାରେ ଆୟୋଜିତ, ଭବ୍ୟ ସମ୍ମାନ ସମାରୋହରେ ସେଲ୍‌, ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ହଟ୍‌ ଷ୍ଟ୍ରିପ୍‌ ମିଲ୍‌-୨ ବିଭାଗକୁ ୨୦୨୫-୨୬ ବର୍ଷ ପାଇଁ ‘ସୃଜନୀ ରୋଲିଂ ଟ୍ରଫି’ ପ୍ରଦାନ କରାଯାଇଛି। ଆର୍‌ଏସ୍‌ପିର ନିର୍ବାହୀ ନିର୍ଦ୍ଦେଶକ (ୱର୍କ୍ସ) ଶ୍ରୀ ବିଶ୍ଵ ରଞ୍ଜନ ପଳାଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ହଟ୍‌ ଷ୍ଟ୍ରିପ୍‌ ମିଲ୍‌ସ ଆଣ୍ଡ୍‌ ଅକ୍ସିଲିଆରୀଜ୍‌ର ସିଜିଏମ୍‌ ଶ୍ରୀ ସୁବ୍ରତ କୁମାର ଏବଂ ତାଙ୍କ ଟିମ୍‌ ପୁରସ୍କାର ଗ୍ରହଣ କରିଥିଲେ।ଦ୍ୱିତୀୟ ଶ୍ରେଷ୍ଠ ବିଭାଗ ଭାବେ କୋକ୍‌ ଓଭେନ୍‌ସକୁ ‘ସୃଜନୀ ରୋଲିଂ ଟ୍ରଫି’ ପ୍ରଦାନ କରିଥିଲେ ନିର୍ବାହୀ ନିର୍ଦ୍ଦେଶକ (ସାମଗ୍ରୀ ପ୍ରବନ୍ଧନ ) ଶ୍ରୀ ଅନିଲ କୁମାର । କୋକ୍‌ ଓଭେନ୍‌ସ ଆଣ୍ଡ୍‌ ସିସିଡିର ସିଜିଏମ୍‌ ଶ୍ରୀ ରାକେଶ ଯୋଶୀଙ୍କ ନେତୃତ୍ୱାଧୀନ ଦଳ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।ଶ୍ରେଷ୍ଠ ସୃଜନୀ ସଂଯୋଜକ ପୁରସ୍କାର ଚଳିତ ଥର ପାଇପ୍‌ ପ୍ଲାଣ୍ଟର ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ମନୋଜ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଥିବାବେଳେ ଦ୍ୱିତୀୟ ଶ୍ରେଷ୍ଠ ସୃଜନୀ ସଂଯୋଜକ ପୁରସ୍କାର ହଟ୍‌ ଷ୍ଟ୍ରିପ୍‌ ମିଲ୍‌-୨ ର ଏଜିଏମ୍‌ ଶ୍ରୀ ଅଜୟ କୁମାର ପୂଜାରୀଙ୍କୁ ପ୍ରଦାନ କରାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ବିଜେତାଙ୍କୁ ଯଥାକ୍ରମେ ୫,୦୦୦ ଟଙ୍କା ଓ ୪,୦୦୦ ଟଙ୍କାର ନଗଦ ପୁରସ୍କାର, ଗିଫ୍ଟ ଭାଉଚର ଏବଂ ମେରିଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା।ଶ୍ରେଷ୍ଠ ପ୍ରସ୍ତାବକ ବର୍ଗରେ କୋକ୍‌ ଓଭେନ୍‌ସର ଇଞ୍ଜିନିୟରିଂ ଆସୋସିଏଟ୍‌ ଶ୍ରୀ ସଞ୍ଜୟ କୁମାର ସାହୁଙ୍କୁ ଡ. ବି.ଆର୍‌. ଆମ୍ବେଦକର ଶ୍ରେଷ୍ଠ ପ୍ରସ୍ତାବକ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ତାଙ୍କୁ ୧୦,୦୦୦ ଟଙ୍କାର ନଗଦ ପୁରସ୍କାର, ଗିଫ୍ଟ ଭାଉଚର, ଏକ ସାଲେମ୍‌ ଷ୍ଟିଲ୍‌ ଟ୍ରାଭେଲିଂ ସେଟ୍‌ ଏବଂ ମେରିଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା।ଡ. ବି.ଆର୍‌. ଆମ୍ବେଦକର ଦ୍ୱିତୀୟ ଶ୍ରେଷ୍ଠ ପ୍ରସ୍ତାବକ ପୁରସ୍କାର ପାଞ୍ଚ ଜଣ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ନ୍ୟୁ ପ୍ଲେଟ୍‌ ମିଲ୍‌ର ଇଞ୍ଜିନିୟରିଂ ଆସୋସିଏଟ୍‌ ଶ୍ରୀ ଅରୁପାନନ୍ଦ ପ୍ରଧାନ, କୋକ୍‌ ଓଭେନ୍‌ସର ଜୁନିୟର ଇଞ୍ଜିନିୟରିଂ ଆସୋସିଏଟ୍‌ ଶ୍ରୀ ଦୀପକ କୁମାର ଦେ, ପାଇପ୍‌ ପ୍ଲାଣ୍ଟର ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ମନୋଜ କୁମାର ପ୍ରଧାନ, କୋକ୍‌ ଓଭେନ୍‌ସର ଜୁନିୟର ଇଞ୍ଜିନିୟରିଂ ଆସୋସିଏଟ୍‌ ଶ୍ରୀ କୁଳମଣି ସାହୁ ଏବଂ ସିଆଣ୍ଡ୍‌ଆଇଟିର ଇଞ୍ଜିନିୟରିଂ ଆସୋସିଏଟ୍‌ ଶ୍ରୀ ସୁନୀଲ କୁମାର ରାଉତ । ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୫,୦୦୦ ଟଙ୍କାର ନଗଦ ପୁରସ୍କାର, ଗିଫ୍ଟ ଭାଉଚର, ଏକ ସାଲେମ୍‌ ଷ୍ଟିଲ୍‌ ଟ୍ରାଭେଲିଂ ସେଟ୍‌ ଏବଂ ମେରିଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା।ଉଲ୍ଲେଖଯୋଗ୍ୟ ଯେ, ଆର୍‌ଏସ୍‌ପିର ‘ସୃଜନୀ କ୍ରିଏଟିଭିଟି ସ୍କିମ୍‌’ କର୍ମଚାରୀମାନଙ୍କୁ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ବ୍ୟବସ୍ଥା ଓ ପ୍ରକ୍ରିୟାର ଉନ୍ନତି ପାଇଁ ସୃଜନଶୀଳ ପ୍ରସ୍ତାବ ଦେବାକୁ ପ୍ରେରିତ କରିଥାଏ। ଏହା ସହିତ ସୁରକ୍ଷା, ହାଉସ୍‌କିପିଂ ଏବଂ ସାମଗ୍ରିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବାରେ ମଧ୍ୟ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା

Leave a Reply

Your email address will not be published. Required fields are marked *