ରଘୁନାଥପୁର ଗ୍ରାମ ନ୍ୟାୟଳୟ ପକ୍ଷରୁ ତାରପୁରରେ କ୍ୟାମ୍ପ କୋର୍ଟ

ରଘୁନାଥପୁର ଗ୍ରାମ ନ୍ୟାୟଳୟ ପକ୍ଷରୁ ତାରପୁରରେ କ୍ୟାମ୍ପ କୋର୍ଟ* *7 ଟି ମାମଲାରେ 25 ଜଣଙ୍କ ସାକ୍ଷ୍ୟ ଗ୍ରହଣ*_ରଘୁନାଥପୁର, ତା. 19/08 :_ ରଘୁନାଥପୁର ଗ୍ରାମ ନ୍ୟାୟଳୟ ପକ୍ଷରୁ ମଙ୍ଗଳବାର ଦିନ ତାରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗୋଟିଏ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା।ଗ୍ରାମ ନ୍ୟାୟ ଅଧିକାରୀ ଶ୍ରୀମତୀ ସସ୍ମିତା ସେଠୀ 7 ଗୋଟି ମାମଲାର 25 ଜଣ ବ୍ୟକ୍ତିଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରିଥିଲେ। ଏହି ଅବସରରେ ସରକାରୀ ଆଇନଜୀବୀ ଶ୍ରୀ ଅମୀୟ ମହାପାତ୍ର, ଶ୍ରୀ ସତ୍ୟବ୍ରତ ପଣ୍ଡା, ଆଇନଜୀବୀ ଶ୍ରୀ ପ୍ରଦୀପ୍ତ କୁମାର ବିହାରୀ ଓ ଶ୍ରୀ ଅନିଲ ଖଟୁଆ ଉପସ୍ଥିତ ରହି ମାମଲା ଗୁଡିକ ପରିଚାଳନା କରିଥିଲେ।କ୍ୟାମ୍ପ କୋର୍ଟରେ ପ୍ରେସ୍କାର ଶ୍ରୀ ସୋମିତ୍ରୀ ସୌରଭ ଦାସ ମଧ୍ୟ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମ ତାରପୁର ସରପଞ୍ଚ ଶ୍ରୀମତୀ ସୁଷମା ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।କ୍ୟାମ୍ପ କୋର୍ଟ ହେତୁ ସ୍ଥାନୀୟ ଲୋକେ ବିନା ଅସୁବିଧାରେ ନ୍ୟାୟ ପାଇପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *