ରାସ୍ତା ମରାମତି ଦାବିରେ ଜିଲ୍ଲାପାଳଙ୍କୁ ବିଜେଡିର ଦାବିପତ୍ର

ରାସ୍ତା ମରାମତି ଦାବିରେ ଜିଲ୍ଲାପାଳଙ୍କୁ ବିଜେଡିର ଦାବିପତ୍ରସଞ୍ଜିବ ମଲ୍ଲିକଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ, ତୁରନ୍ତ ମରାମତି ପାଇଁ ଦାବିଭଦ୍ରକ, ୧୯/୦୮: ଦୀର୍ଘଦିନ ଧରି ଦୁରବସ୍ଥାରେ ଥିବା ରାସ୍ତାର ତୁରନ୍ତ ମରାମତି ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ନେତୃତ୍ୱରେ ବନ୍ତ ବ୍ଲକ ବିଜେଡିର ଏକ ପ୍ରତିନିଧିଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବି ରଖିଥିଲେ।ରାନ୍ଦିଆ ବେଦାନ୍ତ (ଫେକର) ଠାରୁ ବନ୍ଦାଳ–ମଢିଆଳି ଭାୟା କେନ୍ଦୁଆପଦା–ମଞ୍ଜୁରୀରୋଡ଼ ପର୍ଯ୍ୟନ୍ତ ଆର୍‌ ଆଣ୍ଡ୍‌ ବି ବିଭାଗ ଅଧୀନସ୍ଥ ରାସ୍ତାର ଅବସ୍ଥା ଦୀର୍ଘଦିନ ଧରି ଶୋଚନୀୟ ହୋଇପଡ଼ିଥିବା ପ୍ରତିନିଧିଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ରାସ୍ତାରେ ବିଭିନ୍ନ ସ୍ଥାନରେ ଖାଲଖମା ଓ ଅସମତଳ ପରିସ୍ଥିତି ଯୋଗୁଁ ଯାତାୟାତରେ ଅଞ୍ଚଳବାସୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।ଏହି ରାସ୍ତା ଉପରେ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଯାତାୟାତ କରୁଥିବାରୁ ଏହାର ଶୀଘ୍ର ମରାମତି ଅତ୍ୟନ୍ତ ଆବଶ୍ୟକ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମ ଯାତାୟାତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରାଯାଇଛି।ଏହି ଅବସରରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ବରିଷ୍ଠ ନେତା ପ୍ରଶାନ୍ତ ଦାସ, ବିଧାୟକ ପ୍ରତିନିଧି ଲାଲା ସ୍ୱାଇଁ, ବନ୍ତ ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବନ୍ତ ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ, ଯୁବନେତା ବିପିନ ବିହାରୀ ନାୟକ, ଅକ୍ଷୟ ଦାସଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ମୌଳିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ବିଜେଡିର ସ୍ୱର ଆଗାମୀ ଦିନରେ ମଧ୍ୟ ଦୃଢ଼ ରହିବ ବୋଲି ଦଳୀୟ ନେତୃବୃନ୍ଦ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *