ମୁହଁ ତୁମ୍ଭ ହସ ହସ
*ମୁହଁ ତୁମ୍ଭ ହସ ହସ
ଗମ୍ଭୀରା ଭିତରେ ବିଜେ କରି ଅଛ ହେ ପ୍ରଭୁ ଚକା ଅଖିଆ!
ବଡ଼ ବଡ଼ିଆଙ୍କୁ ଦର୍ଶନ ଦେଉଛ ଆମେ ତ ସବୁ ଭକୁଆ,,
ବଳ ନାହିଁ ଦେହେ ଠେଲା ପେଲା ହୋଇ ଭିତରକୁ ଯିବା ପାଇଁ,
ପତିତ ପାବନ ଦର୍ଶନ କରୁଛୁ ସିଂହ ଦ୍ୱାରେ ଠିଆ ହୋଇ,,
ମଣିଷ ମାନେ ତ ହେଲେଣି ଦୁର୍ବୃତ୍ତ ତୁମେ ଵା କରିବ କିଶ,
ଯେତେ ପରକାରେ ଗାଳି ଖାଇଲେ ବି ମୁହଁ ତୁମ୍ଭ ହସ ହସ,,
ମହାପ୍ରଭୁ ହୋଇ ତଥାପି ତୁମ୍ଭର ହୋଇଛି ଏଭଳି ଦଶା,
ପାଟି ନ ଫିଟାଇ ମଉନେ ବସିଛ ହେବ କାଳେ ଲୋକ ହସା,,
ଛୋଟ ଲୋକ ଆମେ ବଡ଼ ଲୋକ ତୁମେ ଛୋଟ ତୁଣ୍ଡେ ବଡ଼ କଥା,
ନ ଧରିବ ଦୋଷ ଆହେ ସମରସ ବେଦ ଗାଏ ତୁମ୍ଭ ଗାଥା,,
(ଅଦ୍ଭୁତ ଚିନ୍ତନ )
ପ୍ରଭାତରଞ୍ଜନ, ପୁରୀ,
9437559205,🙏
