ମହଲା ସଭାରେ ଦାଦନ ଶ୍ରମିକ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ରମ୍ଭା୨୦/୦୮/୨୬ ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଇଲାକା ର ବିଭିନ୍ନ ଗ୍ରାମରୁ ପ୍ରାୟ 85 ପ୍ରତିଶତ ସାମୁଦ୍ରିକ ସମ୍ପ୍ରଦାୟର ମତ୍ସ୍ୟଜୀବୀ ଦାଦନ ଖଟିବା ପାଇଁ ବିଭିନ୍ନ ରାଜ୍ୟ କୁ ଚାଲିଯାଉଥିବା ଲକ୍ଷ୍ୟ କରାଯାଉଛି l ବିଭିନ୍ନ ସମୟରେ ସେମାନେ ସେଠାରେ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଥିବା ଅଭିଯୋଗ ହୁଏ l ଯାହାକୁ ନେଇ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ନ୍ୟୁ ପୋଡ଼ାମପେଟା ସିଦ୍ଧାନ୍ତ ନଗର ସାମୁଦ୍ରିକ ମତ୍ସ୍ୟଜୀବୀ ଗ୍ରାମରେ ଦାଦନ ଶ୍ରମିକ ସମସ୍ୟା ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ସମୁଦ୍ରମ ଲ୍ୟାବ ପକ୍ଷରୁ କମ୍ୟୁଟିନି ସହଯୋଗରେ ତୃତୀୟ ମହଲା ସଭା ବିୟୁଷ ଅନୁଷ୍ଠାନର କୋଡିନେଟର ଜେ. ଟିଟୁ ଓ ଟ୍ରେନର ସି ଏଚ ପଦ୍ମିନୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ “ପ୍ରବାସ ଏହା କଣ ସୁରକ୍ଷିତ ? ଭଲ ଭବିଷତ ପାଇଁ ସୁଯୋଗ ନା ଶୋଷଣ ର ପଥ ? ବିଷୟବସ୍ତୁ କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନର ଯୁବକ ଯୁବତୀ ମାନେ କ୍ଷୁଦ୍ର ନାଟକ ମାଧ୍ୟମରେ ପ୍ରବାସୀ ମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଗୁଡିକ ଉପସ୍ଥାପନ କରି ଜନ ସଚେତନତା ସୃଷ୍ଟି କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସାମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା ଯୋଗଦେଇ ଉକ୍ତ ସମସ୍ୟାର ସମାଧାନ, ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କ ପଞ୍ଜିକରଣ ଓ ସେମାନଙ୍କ ସନ୍ତାନ ମାନଙ୍କୁ ଉପଯୁକ୍ତ ଶିକ୍ଷା ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ର ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା, ଅଙ୍ଗନବାଡ଼ି କର୍ମୀ, ୱାର୍ଡ ମେମ୍ବର ଓ ଗ୍ରାମ୍ୟ ଭଦ୍ରବ୍ୟକ୍ତି ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *