ପାଇକମାଳ ରେ ବନ ମହୋତ୍ସବ ପାଳନ

ବିଦ୍ୟାଳୟ, ପାଇକମାଳ ରେ ବନ ମହୋତ୍ସବ ପାଳନ ଶ୍ରୀ ଶ୍ରୀ ନୃସଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ବିଦ୍ୟାଳୟ, ପାଇକମାଳ ରେ ବନ ମହୋତ୍ସବ ପାଳନ

ପାଇକମାଲ : 22/08( )ଶ୍ରୀ ଶ୍ରୀ ନୃସଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ଏବଂ ଓଡିଶା ସରକାରଙ୍କ ଙ୍କ ଦ୍ଵାରା ପରିଚାଳିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ବନ ମହୋତ୍ସବ ପାଳିତ ହୋଇଯାଇଛି l ସର୍ବ ପ୍ରଥମେ ବିଦ୍ୟାଳୟର ଛାତ୍ରୀ, କର୍ମ ଚାରି,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଙ୍କ ଦ୍ଵାରା ସଚେତନତା “ରେଲି” କରାଯାଇ ଥିଲା। ଏହି କାର୍ଯ୍ୟ କ୍ରମ ରେ ମୂଖ୍ୟ ଅତିଥି ଭାବରେ ପଦ୍ମପୁର ଉପ -ଜିଲ୍ଲାପାଳ ହେମସାଗର ଭୋଇ ଯୋଗ ଦେଇ ଥିଲେ ସମ୍ମାନିତ ଅତିଥି ଭାବେ ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ,ପାଇକମାଳ ଅତିରିକ୍ତ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ନୃସିଂହନାଥ ବନଖଣ୍ଡ ଅଧିକାରୀ ଶାନ୍ତନୁ ପ୍ରଧାନ,ଆଇନଜିବୀ ରାଜ କିଶୋର ସାହୁ, ସାଂସଦ ପ୍ରତିନିଧି ସରୋଜ ସାମଲ, ବିଦ୍ୟାଳୟ ପରିଚାଳନା କମିଟି ର ବରିଷ୍ଠ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ପ୍ରକୃତି ବନ୍ଧୁ ବଡ଼ ସଥପତି,ବିଭୂତି ମୁଣ୍ଡ, ଧୀରେନ୍ଦ୍ର ମହାନ୍ତି, ସୁରେଶ ଅଗ୍ରୱାଲ,ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଆବାହକ ଦୁର୍ଯୋଧନ ପୁଟl, ରାହାସ ବିହାରୀ ସାହୁ ଯୋଗ ଦେଇ ଥିଲେ l ପ୍ରଧାନଶିକ୍ଷକ ସୁଶାନ୍ତ ପଣ୍ଡା ସଭାପତିତ୍ୱ କରିଥିଲେ l ଉପ ଜିଲ୍ଲାପାଳ ଶ୍ରୀ ଭୋଇ ଵୃକ୍ଷ ରୋପଣ ସହିତ “ମା”ଙ୍କ ନାମରେ ଗୋଟିଏ ଲେଖଁlଏ ଗଛ ଘରେ ଲଗାଇବା ପାଇଁ ଚାରା ବଣ୍ଟନ କରିଥିଲେ l ଶେଷରେବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶିକ୍ଷାବିଦ ନନ୍ଦଳାଲ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l

ବରଗଡ଼ରୂ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *