୯ ତମ ଜାତୀୟ ବର୍ଷା ନୃତ୍ୟ ସଙ୍ଗୀତ ମହୋତ୍ସବ ମହାସମାରୋହରେ ପାଳିତ

ଜାତୀୟ ବର୍ଷା ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଓ ମେଘ ମଲ୍ଲାହର ସମ୍ମାନ ୨୦୨୬ପୁରୀ ତା ୨୨/୦୮/୨୬ ରିଖ , ଶନିବାର ଦିନ ପୁରୀ ସ୍ଥିତ ସଂସ୍କୃତି ଭବନ ପରିସରରେ ଜାତୀୟ ବର୍ଷା ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଓ ମେଘ ମଲ୍ଲାହର ସମ୍ମାନ ୨୦୨୬ ପୁରୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ପୁରୀ ସମାଜ ସେବୀ ତଥା ଲତା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀମତି ଲତା ଦାସ, ସମାଜ ସେବୀ ଶ୍ରୀମତି ସୁପ୍ରିତି ରଥ ଏବଂ ଶ୍ରୀମତି ସ୍ଵାଧୀନ ଦାସ ଶ୍ରୀଯୁକ୍ତ ଦେବଦତ୍ତ ଷଡ଼ଙ୍ଗୀ ମଞ୍ଚାସିନ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରୀ ଡ୍ୟାନ୍ସ ଏକାଡେମୀର ବରିଷ୍ଠ କଳାକାର ମାନଙ୍କ ଦ୍ୱାରା ଶିବ ବନ୍ଦନା, ଖ ଚମ୍ପୁ , ପଲ୍ଲବୀ , ଏବଂ ସମ୍ବଲପୁରୀ ଆଦି ଅନେକ ନୃତ୍ୟ ପରିବେସଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅତିଥି କଳାକାର କଟକ ଶ୍ରୀ ଶ୍ରୀ ବିଶ୍ବିଦ୍ୟାଳୟର ପ୍ରଧ୍ୟାପିକା ଡକ୍ଟର ରଶ୍ମି ରେଖା ଦାସ ତାଙ୍କର ଶିଷ୍ୟ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଶୀତ ହୋଇଥିଲା । କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ନାରାୟଣଙ୍କ ପାଣ୍ଡେ ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଏବଂ ଚତ୍ର ଛାତ୍ରୀ ମାନେ ସହଯୋଗ କରି ଥିଲେ।

Leave a Reply

Your email address will not be published. Required fields are marked *