ବେଟି ବଚାଓ, ବେଟି ପଢାଓ’ ଉପରେ ଜିଲ୍ଲାସ୍ତରୀୟ ଓରିଏଣ୍ଟେସନ୍ ଓ ଜିଲ୍ଲା କାର୍ଯ୍ୟଯୋଜନା ପ୍ରସ୍ତୁତି ।

‘ପୁରୀ, ୨୫/୦୮: ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ‘ବେଟି ବଚାଓ, ବେଟି ପଢାଓ’ (BBBP) କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାସ୍ତରୀୟ ଓରିଏଣ୍ଟେସନ୍ ଓ ଜିଲ୍ଲା କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କିତ କାର୍ଯ୍ୟକ୍ରମ ସ୍ପେସିଆଲ ସର୍କିଟ ହାଉସ ସଭା ଗୃହରେ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ର ମୁଖ୍ୟ ଚିକିତ୍ସାଧିକାରୀ ଡା ସୁକାନ୍ତ ରଥ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୌମ୍ୟ ରଂଜନ ମଲ୍ଲିକ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପ୍ରିୟଦର୍ଶିନୀ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ମୁଖ୍ୟ ପରିଦର୍ଶିକା ବାଲ୍ୟବତୀ ମହାନ୍ତି , ବିଦ୍ୟାଧର ମଲିକ୍ , କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ତତ ସହିତ ଉପସ୍ଥିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ପରିଦର୍ଶୀକା , ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା ଓ ଆଶା କର୍ମୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସାଇବର୍ ଥାନାର ପ୍ରଶିକ୍ଷକ ସୂର୍ଯ୍ୟ ପ୍ରକାଶ ତ୍ରିପାଠୀ ଡ଼ିଜିଟାଲ୍ ଅପରାଧ, ମୋବାଲ ରେ ବ୍ୟକ୍ତିଗତ ବିବରଣୀର ସୁରକ୍ଷା ଯଥା ଆରକ୍ଷୀ ଅଧିକାରୀ ବାଳିକାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ

ସଶକ୍ତିକରଣ ସହିତ ଲିଙ୍ଗଭିତ୍ତିକ ବୈଷମ୍ୟ ଦୂରୀକରଣ ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଶିଶୁ ବିବାହ ରୋକିବା, ବାଳିକାଙ୍କ ସ୍କୁଲ୍ ଡ୍ରପ୍‌ଆଉଟ୍ ହ୍ରାସ, ଶିକ୍ଷାରେ ନିରନ୍ତରତା ଏବଂ ସମାଜରେ ଲିଙ୍ଗ ସମାନତା ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ବିଭାଗ ଓ ଅଂଶୀଦାରଙ୍କ ସମନ୍ୱୟରେ ବାଳିକାଙ୍କ ସର୍ବାଙ୍ଗୀଣ ବିକାଶ ନିମନ୍ତେ ଏକ ସୁଦୃଢ଼ ଜିଲ୍ଲା କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଉପରେ ମତବିନିମୟ ହୋଇଥିଲା। BBBP ଅଧୀନରେ ଜିଲ୍ଲା କାର୍ଯ୍ୟଯୋଜନା ବିଭିନ୍ନ ବିଭାଗର ପରାମର୍ଶ ଓ ସମନ୍ୱିତ ପଦକ୍ଷେପ ଆଧାରରେ ପ୍ରସ୍ତୁତ କରାଯାଏ .। ବାଳିକାଙ୍କୁ ସୁରକ୍ଷିତ, ଶିକ୍ଷିତ ଓ ସଶକ୍ତ କରିବା ସହିତ ସମାଜରେ ତାଙ୍କ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଶେଷରେ ପ୍ରୋଗ୍ରାମ ଅଫିସର ସୁହାଗି ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ l

Leave a Reply

Your email address will not be published. Required fields are marked *