ପୋଖରୀ ଓ ନଡ଼ିଆ ଗଛକୁ ନେଇ ଦୁଇ ଗାଁ ମୁହାଁମୁହିଁ ହେବା ସହ ମାରପିଟରେ ୭ ଜଣ ଆହତ ହୋଇ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି|

ପୋଖରୀ ଓ ନଡ଼ିଆ ଗଛକୁ ନେଇ ଦୁଇ ଗାଁ ମୁହାଁମୁହିଁ ହେବା ସହ ମାରପିଟରେ ୭ ଜଣ ଆହତ ହୋଇ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ପୁରୀଜିଲା ଚନ୍ଦନପୁର ଥାନା ଉତ୍ତରଣାରେ ଉତ୍ତେଜନା ଦେଖା ଦେବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି l ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣା ଓ ପ୍ରଧାନ ସାହି ଗାଁ ମଧ୍ୟରେ ପୋଖରୀ ଓ ନଡ଼ିଆ ଗଛକୁ କେନ୍ଦ୍ର କରି ଦୁଇ ଗ୍ରାମ ମଧ୍ୟରେ ବଡ଼ ଧରଣର ଗଣ୍ଡଗୋଳ ହୋଇଛି । ଏହି ମାରପିଟରେ ଉଭୟ ପକ୍ଷରୁ ୭ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ସୂଚନା ମୁତାବକ, ଉତ୍ତରଣ ମଠ ସାହି ଗାଁ ପୋଖରୀ ନଡ଼ିଆ ଗଛର ବ୍ୟବହାରକୁ ନେଇ ଦୀର୍ଘ ଦିନ ହେଲା ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହା ଉଗ୍ର ରୂପ ନେଇଥିଲା। ପ୍ରଥମେ କଥା କଟାକଟି ହୋଇଥିଲା ଏବଂ ପରେ ପରସ୍ପର ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା। ପଥର,ଲାଠି, ବାଡିରେ ମାରପିଟ ହୋଇଥିବା ଆହତ ବ୍ୟକ୍ତି କହିଛନ୍ତି। ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଚନ୍ଦନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୋଲିସ ନିଜ ଆଡୁ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *