*ଶୋକ ବାର୍ତ୍ତା

*ଶୋକ ବାର୍ତ୍ତା*ପଦ୍ମପୁରର ପୂର୍ବତନ ବିଧାୟକ ଶ୍ରୀ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।ଏକ ଶୋକ ବାର୍ତ୍ତାରେ ବାଚସ୍ପତି ଜଣାଇଛନ୍ତି ଯେ, ସ୍ବର୍ଗତ ସାହୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହେବା ତାଙ୍କ ଲୋକପ୍ରିୟତାର ପ୍ରମାଣ ଅଟେ । ପଦ୍ମପୁର ଅଂଚଳର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ଏଥି ସହ ବିଧାନସଭାରେ ମୁଖ୍ୟ ସଚେତକ ଭାବେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି ।ଏହି ଅବସରରେ ସ୍ବର୍ଗତ ସାହୁଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।ବିଭୁତି ନାୟକ ଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *