ଆନ୍ଧ୍ରପ୍ରଦେଶ ର ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଙ୍କ ୫୫ତମ ଜନ୍ମଦିନ ଉପଲକ୍ଷେ ପୁରୀରେ ଥିବା ତେଲୁଗୁ ସମ୍ପ୍ରଦାୟ
ଆନ୍ଧ୍ରପ୍ରଦେଶ ର ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଙ୍କ ୫୫ତମ ଜନ୍ମଦିନ ଉପଲକ୍ଷେ ପୁରୀରେ ଥିବା ତେଲୁଗୁ ସମ୍ପ୍ରଦାୟ, ଶ୍ରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ସମୂହ ଦୀପଦାନ କରି ଜନ୍ମଦିନ ର ଶୁଭେଚ୍ଛା ଜଣାଇବା ସହ, ପବନକୁମାର ଙ୍କ ଆଶୁ କାମନା କରିଛନ୍ତି । ପବନ କୁମାର କେବଳ ଉପମୁଖ୍ୟ ମନ୍ତ୍ରୀ ନୁହନ୍ତି, ଏକ ଆକ୍ଟର ହିସାବରେ ଅନେକ ଲୋକ ଙ୍କ ହୃଦୟ ରେ ମଧ୍ୟ ରହିଛନ୍ତି ।ଭାରତ ର କୋଣ ଅନୁକୋଣ ରେ ପବନକୁମାର ଙ୍କ ଶୁଭାକାଂକ୍ଷୀ ତାଙ୍କ ଜନ୍ମଦିନ ରେ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ପୁରୀ ପେଣ୍ଠକଟା ତେଲୁଗୁ ବସ୍ତି ପକ୍ଷରୁ ବାବୁଲା ପ୍ରସାଦ,ରାଜାରାମ ରେଡ୍ଡୀ, ch ନାରାୟଣ, ସୀମାଦ୍ରୀ ବେହେରା, ପକାଲ ରାଜୁ, Aଈଶ୍ଵର,ମାନସ କୁମାର ଲେଙ୍କା, ବଳରାମ ରେଡି ଓ ଅନୁ ପ୍ରଧାନ ଉପସ୍ଥିତ ରହି ପବନକଲ୍ୟାଣ ଙ୍କ ଜନ୍ମଦିନ ର ସୂବେଚ୍ଛା ଜଣାଇଥିଲେ
