ଏଇତ ଜୀବନ
(ଆଶୁ କବି ହରିହର ସାହୁ)
ଏଇତ ଜୀବନ ମିଛ ମାୟା ପୂର୍ଣ୍ଣ
ଦୁଃଖ ସୁଖ ର ସଂସାର
କେହି ନୁହନ୍ତି ଯେ ମହୀ ମଣ୍ଡଳ ରେ
ଅତି ପ୍ରିୟ ଆପଣାର।
ମାଆ ର ମମତା କଳିହେବ ନାହିଁ
ଜନନୀ ସେ ଜନ୍ମଦାତ୍ରୀ
ମାତୃଭୂମି ଅଟେ ସମସ୍ତ ଙ୍କ ପାଇଁ
ସର୍ବସହା ସେ ଧରିତ୍ରୀ।
ମିଛ ମାୟା ଅଟେ ବିଶାଳ ସଂସାର
କେହି ନୁହନ୍ତି କାହାର
ଲୋଭାଗ୍ରସ୍ଥ ହୋଇ
ମଣିଷ ସମାଜ
ହିଂସ୍ର ହୁଏ ବାରମ୍ବାର।
ସାଢେ଼ ଚାରି ଫୁଟ ଭୂମିରେ
ମଣିଷ ଅନ୍ତିମ ସଂସ୍କାର ହୁଏ
କୋଟି କୋଟି ଟଙ୍କା ସଞ୍ଚୟ ନିଶାରେ
ଅନ୍ଯାୟ କୁ ବାଛି ନିଏ।
ବାପା ମାଆ ଅଟେ ଚଳନ୍ତି ଠାକୁର
ଜାଣିକରି କଷ୍ଟ ଦିଏ
ତାଙ୍କରି ନିଶ୍ବାସ ଯାଉପରେ ପଡେ
ବହୁତ ସେ କଷ୍ଟ ପାଏ।
ଆତ୍ମୀୟ ସଜ୍ଜନ ଆଦର କୁ ଭୁଲି
ଅଣଦେଖା କରେ ତାଙ୍କୁ
ମଣିଷ ଜୀବନ ପାଣି ଫୋଟକା ର
ଆୟୁ ନ ଥାଏ ଶେଷ କୁ।
ଏଇତ ଜୀବନ ମିଛ ମାୟା ପୂର୍ଣ୍ଣ
କେହି ନୁହନ୍ତି କାହାର
ବାପା ମାଆ ଅଟେ ଚଳନ୍ତି ଠାକୁର
ପୂଜନ୍ତୁ ତାଙ୍କ ପୟର।

Leave a Reply

Your email address will not be published. Required fields are marked *