ବେଦାନ୍ତ ଆଲୁମିନିୟମ ରକ୍ଷାବନ୍ଧନ ଅବସରରେ ସୀମାନ୍ତ ଯବାନଙ୍କୁ ସମ୍ମାନ ଜଣାଇବା ସହିତ ଗ୍ରାମୀଣ ମହିଳା କାରିଗରଙ୍କୁ ସଶକ୍ତ କରିଛି
ଭୁବନେଶ୍ୱର, ୨୮ ଅଗଷ୍ଟ ୨୦୨୬: କୃତଜ୍ଞତା, ସୁରକ୍ଷା ଓ ଏକତାର ମୂଲ୍ୟବୋଧର ପ୍ରତୀକ ରକ୍ଷାବନ୍ଧନ ପର୍ବକୁ ଅର୍ଥପୂର୍ଣ୍ଣ ଭାବରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପାଳନ କରିଛି । ଲାଞ୍ଜିଗଡ଼, ଝାରସୁଗୁଡ଼ା, ବାଲ୍କୋ ଓ କୋଇଲା ଖଣି ଅଞ୍ଚଳରେ ବିଭିନ୍ନ ପଦକ୍ଷେପ ମାଧ୍ୟମରେ କମ୍ପାନୀ ରକ୍ଷାବନ୍ଧନର ପରମ୍ପରାକୁ ଏକ ବ୍ୟାପକ ସାମାଜିକ ବାର୍ତ୍ତାରେ ପରିଣତ କରିଛି।ଦେଶର ଦୁର୍ଗମ ସୀମାନ୍ତ ଅଞ୍ଚଳରେ କାର୍ଯ୍ୟରତ ୧,୦୦୦ରୁ ଅଧିକ ଯବାନଙ୍କ ପାଇଁ ହସ୍ତନିର୍ମିତ ରାଖି ଓ ପର୍ବ ଉପହାର ପଠାଯାଇଥିବା ବେଳେ ଗ୍ରାମୀଣ ମହିଳା କାରିଗରଙ୍କୁ ସେମାନଙ୍କ ହସ୍ତଶିଳ୍ପ ପ୍ରଦର୍ଶନର ସୁଯୋଗ ଦିଆଯାଇଛି। ଏଥିସହ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଆଗଧାଡ଼ିର କର୍ମଚାରୀଙ୍କ ଅବଦାନକୁ ମଧ୍ୟ ସମ୍ମାନିତ କରାଯାଇଛି।ଲାଞ୍ଜିଗଡ଼ରେ ରକ୍ଷାବନ୍ଧନ ଅବସରରେ ଦେଶର ସୁରକ୍ଷାରେ ନିୟୋଜିତ ଓ ଘରଠାରୁ ଦୂରରେ ଥିବା ଯବାନଙ୍କ ପ୍ରତି କୃତଜ୍ଞତା ଜଣାଯାଇଥିଲା। ବେଦାନ୍ତ ପକ୍ଷରୁ ୧,୦୦୦ରୁ ଅଧିକ ହସ୍ତନିର୍ମିତ ରାଖି, ପାରମ୍ପରିକ ମିଠା, ପର୍ବ ସମ୍ବନ୍ଧୀୟ ବ୍ୟାନର ଓ ସ୍ଥାନୀୟ ଭାବେ ପ୍ରସ୍ତୁତ କଳାକୃତି ଯବାନମାନଙ୍କ ପାଖକୁ ପଠାଯାଇଥିଲା। ଏହି କଳାକୃତିଗୁଡ଼ିକ ଅଞ୍ଚଳର ସମୃଦ୍ଧ ଆଦିବାସୀ କଳା ଓ ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ ଥିଲା।ସିଆଚେନ, ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ରାଜସ୍ଥାନ ସୀମା ଅଞ୍ଚଳରେ ନିୟୋଜିତ ଯବାନଙ୍କ ପାଖକୁ ସ୍ଥାନୀୟ ସମୁଦାୟର କୃତଜ୍ଞତା ଓ ଏକତାର ବାର୍ତ୍ତା ମଧ୍ୟ ପହଞ୍ଚାଯାଇଥିଲା। ଏହା ସହିତ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସ୍ଏଫ), ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସେସ୍ ( ଏସଆଇଏସ) ଓ ଲାଞ୍ଜିଗଡ଼ ଥାନାର ପ୍ରତିନିଧିଙ୍କୁ କର୍ମଚାରୀମାନେ ରାଖି ବାନ୍ଧି ସମଗ୍ର ଅଞ୍ଚଳର ସୁରକ୍ଷା ଓ ନିରାପତ୍ତା ରକ୍ଷାରେ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇଥିଲେ।ବେଦାନ୍ତ ଆଲୁମିନିୟମର ସିଇଓ ରାଜେଶ କୁମାର କହିଛନ୍ତି, “ରକ୍ଷାବନ୍ଧନ ସୁରକ୍ଷା, କୃତଜ୍ଞତା ଓ ସାମୁଦାୟିକ ବନ୍ଧନର ପ୍ରତୀକ ଅଟେ। ଏହି ମୂଲ୍ୟବୋଧ ଆମ ସାଂଗଠନିକ ଦର୍ଶନର ମୂଳଭିତ୍ତି ମଧ୍ଯ। ଚଳିତବର୍ଷ ଆମେ ଉତ୍ସବକୁ ଅର୍ଥପୂର୍ଣ୍ଣ କାର୍ଯ୍ୟରେ ପରିଣତ କରି ଦୁର୍ଗମ ସୀମାନ୍ତରେ ଦେଶର ସୁରକ୍ଷା କରୁଥିବା ଆମ ସଶସ୍ତ୍ର ବାହିନୀର ଯବାନଙ୍କୁ ସମ୍ମାନ ଜଣାଇବା ସହ ସ୍ଥାନୀୟ ମହିଳା କାରିଗରଙ୍କ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟି କରିଛୁ। ପାରମ୍ପରିକ ହସ୍ତଶିଳ୍ପକୁ ସ୍ଥାୟୀ ଜୀବିକା ସହ ଯୋଡ଼ିବା ଏବଂ ଯୁବପିଢ଼ିକୁ ପରିବେଶ ସୁରକ୍ଷା ସହ ସାମିଲ କରିବା ମାଧ୍ୟମରେ ଆମେ ଆମ ସହଭାଗୀ ସମୁଦାୟଗୁଡ଼ିକରେ ଦୀର୍ଘସ୍ଥାୟୀ ସାମାଜିକ ମୂଲ୍ୟ ସୃଷ୍ଟି କରିବାକୁ ଚାହୁଁଛୁ।”ଏହି ପଦକ୍ଷେପ ଦର୍ଶାଇଛି ଯେ ରକ୍ଷାବନ୍ଧନର ଭାବନା ଭୌଗୋଳିକ ଦୂରତା ଓ ପରିସ୍ଥିତିର ସୀମାକୁ ଅତିକ୍ରମ କରି ଉତ୍ତର ସିକ୍କିମର ଲାଚୁଙ୍ଗରେ ନିୟୋଜିତ ଜଣେ ଭାରତୀୟ ସେନା ଅଧିକାରୀ କହିଛନ୍ତି, “ଆମ ମଧ୍ୟରେ ମାଇଲ ମାଇଲ ଦୂରତା ଥାଇପାରେ ଏବଂ ଚାରିପଟେ ବରଫ ଥାଇପାରେ, କିନ୍ତୁ ରାଖିର ବନ୍ଧନ କୌଣସି ଦୂରତାକୁ ମାନେ ନାହିଁ। ବରଫାଚ୍ଛାଦିତ ଲାଚୁଙ୍ଗ ପର୍ବତରେ ଦେଶର ସୁରକ୍ଷା କରୁଥିବା ଯବାନଙ୍କୁ ମନେ ରଖିଥିବାରୁ ବେଦାନ୍ତକୁ ଆମେ ଧନ୍ୟବାଦ ଜଣାଉଛୁ।
”ରାଜସ୍ଥାନ ସୀମାରେ ନିୟୋଜିତ ଜଣେ ଭାରତୀୟ ସେନା ଯବାନ କହିଛନ୍ତି, “ଦୁର୍ଗମ ଅଞ୍ଚଳରେ ଦେଶର ସୁରକ୍ଷା ପାଇଁ ଠିଆ ହୋଇଥିବା ଜଣେ ଯବାନଙ୍କ ପାଇଁ ରାଖି ଜଣେ ଭଉଣୀର ଭଲପାଇବା, ଆଶୀର୍ବାଦ ଓ ଭାବନାକୁ ବହନ କରେ। ଲାଞ୍ଜିଗଡ଼ରେ କେହି ଜଣେ ଦୂରଦୂରାନ୍ତରେ ଦେଶ ସେବା କରୁଥିବା ଜଣେ ଯବାନଙ୍କୁ ମନେ ପକାଉଛନ୍ତି—ଏହି ଅନୁଭବ ଅତ୍ୟନ୍ତ ଭାବପ୍ରବଣ ଏବଂ ଦେଶ ସେବା ପାଇଁ ଆମର ପ୍ରେରଣାକୁ ଆହୁରି ଦୃଢ଼ କରିଛି।”ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମ ପ୍ରୋଜେକ୍ଟ ଶୁଭଲକ୍ଷ୍ମୀ ଉଦ୍ୟୋଗିନୀ ଓ ପ୍ରୋଜେକ୍ଟ ବେଦକଳା ମାଧ୍ୟମରେ ମହିଳା ଉଦ୍ୟୋଗିତା, ସ୍ଥାୟୀ ଜୀବିକା ଓ ପରିବେଶ ଅନୁକୂଳ ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେଇଥିଲା। ଏହି ପ୍ରକଳ୍ପ ସହ ଜଡ଼ିତ ମହିଳା କାରିଗରମାନେ ଝୋଟ, କଏର ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀରୁ ପ୍ରସ୍ତୁତ ବିଭିନ୍ନ ହସ୍ତନିର୍ମିତ ରାଖି ପ୍ରଦର୍ଶନ କରିଥିଲେ।ପାରମ୍ପରିକ କାରିଗରୀକୁ ଆଧୁନିକ ପରିବେଶ ସଚେତନତା ସହ ଯୋଡ଼ି ଏହି ପଦକ୍ଷେପ ମହିଳା କାରିଗରଙ୍କୁ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ ପାଇଁ ମଞ୍ଚ ଦେବା ସହିତ ପରିବେଶ ଅନୁକୂଳ ଭାବେ ପର୍ବ ପାଳନ ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲା।ବାଲ୍କୋରେ ରକ୍ଷାବନ୍ଧନ ପରସ୍ପର ସମ୍ମାନ ଓ କୃତଜ୍ଞତାର ବନ୍ଧନକୁ ସୁଦୃଢ଼ କରିବାର ଅବସର ପାଲଟିଥିଲା। ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବରିଷ୍ଠ ପରିଚାଳନା ସଦସ୍ୟଙ୍କ ସମେତ ଅଗ୍ନିଶମ, ସୁରକ୍ଷା ଓ ନିରାପତ୍ତା ଟିମ୍ର ପ୍ରତିନିଧିମାନଙ୍କୁ ରାଖି ବାନ୍ଧିଥିଲେ। ଏହା ମାଧ୍ୟମରେ ସେମାନଙ୍କ ଅବଦାନକୁ ପ୍ରସଂସା କରାଯାଇଥିଲା।ବେଦାନ୍ତ ଆଲୁମିନିୟମର ବିଭିନ୍ନ କୋଇଲା ଖଣିରେ ମଧ୍ୟ ସାମୁଦାୟିକ ଏକତା ଓ ପରିବେଶ ସଚେତନତାକୁ କେନ୍ଦ୍ର କରି ରକ୍ଷାବନ୍ଧନ ପାଳନ କରାଯାଇଥିଲା। ଜାମଖାଣି କୋଇଲା ଖଣିରେ ଓମ୍ ଶାନ୍ତି ବ୍ରହ୍ମାକୁମାରୀଜଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ କର୍ମଚାରୀ, ଅଂଶୀଦାର ଓ ସମୁଦାୟ ସଦସ୍ୟମାନେ ଯୋଗଦେଇ ସମନ୍ୱୟ ଓ ପରସ୍ପର ସମ୍ମାନର ବାର୍ତ୍ତା ଦେଇଥିଲେ।ସେହିପରି କୁଡାଲୋଇ କୋଇଲା ଖଣିରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଦୈନନ୍ଦିନ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ହସ୍ତନିର୍ମିତ ରାଖି ପ୍ରସ୍ତୁତ କରିଥିଲେ। ଏହା ମାଧ୍ୟମରେ ରକ୍ଷାବନ୍ଧନକୁ ସୃଜନଶୀଳତା, ସମ୍ପଦର ସୁବିଚାରିତ ବ୍ୟବହାର ଓ ପରିବେଶ ସୁରକ୍ଷାର ଏକ ଶିକ୍ଷାରେ ପରିଣତ କରାଯାଇଥିଲା।ଏଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଏହାର ସମୁଦାୟଗୁଡ଼ିକରେ ଅର୍ଥପୂର୍ଣ୍ଣ ଓ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି ପାଇଁ ନିଜ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି। ସ୍ଥାନୀୟ ଆକାଂକ୍ଷାକୁ ପ୍ରୋତ୍ସାହନ, ସ୍ଥାୟୀ ଜୀବିକାକୁ ସମର୍ଥନ, ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଓ ସମୁଦାୟର ଅଂଶଗ୍ରହଣକୁ ଉତ୍ସାହିତ କରି କମ୍ପାନୀ ସମାବେଶୀ ଓ ଦୀର୍ଘସ୍ଥାୟୀ ବିକାଶରେ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି।ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବେ ବେଦାନ୍ତ ଆଲୁମିନିୟମ ନିଜ ସମୁଦାୟଗୁଡ଼ିକ ସହିତ ମିଳିତ ଭାବେ ଆଗକୁ ବଢ଼ିବା ଏବଂ ଲୋକ ଓ ଅଞ୍ଚଳର ସମୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି।
