ହକି ସମ୍ରାଟ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ।
ଢ଼େଙ୍କାନାଳ, ଅଗଷ୍ଟ ୨୮- ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ହକି ସମ୍ରାଟ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥି ଅବସରରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡ଼ିୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଉତ୍ସବରେ ସଦର ଉପ-ଜିଲ୍ଲାପାଳ ଶ୍ରୀ ପଦ୍ମ ଚ଼ରଣ ସାହୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଧ୍ୟାନ ଚାନ୍ଦଙ୍କ ଫଟୋ ଚ଼ିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ସହକାରୀ ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ଦୀନ ବନ୍ଧୁ ମଲ୍ଲିକ, ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ଶ୍ରୀ ନଳିନୀ କୁମାର ଦାସ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନିଷ୍ଠାପର ଭାବେ କ୍ରୀଡ଼ା ଅଭ୍ୟାସ ଜାରି ରଖି ଶ୍ରେଷ୍ଠତ୍ଵ ପ୍ରତିପାଦନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜ୍ଜନ କରିବାକୁ କହି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ଉପସ୍ଥିତ କୀଡ଼ାବିତଙ୍କୁ ଉତ୍ସାହିତ କରିଥିଲେ ।
