କୋଣାର୍କରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ;
ଜୋରିମାନା ଗଣିଲେ ୫ ମିଠା ଦୋକାନୀକୋଣାର୍କ,୨୭.୦୮- ଦିନକୁ ଦିନ ବଜାରରେ ଖାଦ୍ୟ ଅପମିଶ୍ରଣ ଦେଖିବାକୁ ମିଳୁଛି। କୋଣାର୍କରେ କିଛି ମିଠା ଦୋକାନରେ ଏପରି ହେଉଥିବା ଅଭିଯୋଗ ପାଇ ପୁରୀ ଜିଲ୍ଲା ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ତପସ୍ଵିନୀ ବେହେରାଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିଲା। ଛେନା ଓ ପନିର ଅପମିଶ୍ରଣ, ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟ ରେ ସୁରକ୍ଷିତ ବ୍ୟବସ୍ଥା ଆଦି ପରଖି ଥିଲେ। କୋଣାର୍କ ବସଷ୍ଟାଣ୍ଡ, ମେଡ଼ିକାଲ ଛକ, ଥାନା ଛକ ଓ ଜୁଣେଇ ଛକ ନିକଟରେ ଥିବା ୫ଟି ମିଠା ଦୋକାନରେ ଚଢାଉ କରି ବାସୀ ଖାଦ୍ୟ, ଅପମିଶ୍ରଣ ଖାଦ୍ୟ ସହ ସ୍ବଚ୍ଛତା ଆଦି

ଅବଲମ୍ବନ କରୁ ନଥିବା କାରଣରୁ ୧୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଚଢାଉ ବେଳେ କୋଣାର୍କ ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତ୍ୟୁଷ ତାରଣିଆ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। କୋଣାର୍କରେ ଦୀର୍ଘ ଦିନ ହେବ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ, ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତି ସହ ପର୍ଯ୍ୟଟକ ଠକାମୀର ଶିକାର ହୋଇ ଆସୁଛନ୍ତି। ବାରମ୍ଵାର ଅଭିଯୋଗ ପରେ ବି ଅଧିକାରୀ ମାନେ ଆସନ୍ତି ନାହିଁ କି ଫୋନ୍ ଉଠାନ୍ତି ନାହିଁ। କେବଳ ଲୋକ ଦେଖାଣିଆ ଚଢ଼ାଉ କରୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
