ରୋଟାରୀ ଜିଲ୍ଲା ୩୨୬୧ର ସଦସ୍ୟତା ସେମିନାର “ଅଭିବୃଦ୍ଧି” ସମ୍ପନ୍ନ କାର୍ଯ୍ୟକ୍ରମ

….ରାଉରକେଲା: ରୋଟାରୀ ଜିଲ୍ଲା ୩୨୬୧ ର ୨୦୨୬-୨୭ ବର୍ଷ ପାଇଁ ଜିଲ୍ଲା ସଦସ୍ୟତା ସେମିନାର “ଅଭିବୃଦ୍ଧି” ରାଉରକେଲା କ୍ଲବ, ରାଉରକେଲାରେ ସଫଳତାର ସହ ସମ୍ପନ୍ନ ହୋଇଛି। ଟିମ୍ ଓଜସ୍ୱୀ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ରୋଟାରୀ କ୍ଲବ ଅଫ ରାଉରକେଲା ଓ ରୋଟାରୀ କ୍ଲବ ଅଫ ରାଉରକେଲା ମିଡ-ଟାଉନ ମିଳିତ ଭାବେ ଆୟୋଜନ କରିଥିଲେ।ଏହି ସେମିନାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା, ନେତୃତ୍ୱକୁ ମଜବୁତ କରିବା, ଜ୍ଞାନ ବୃଦ୍ଧି କରିବା ଏବଂ ୨୦୨୬-୨୭ ବର୍ଷରେ ରୋଟାରୀ ସେବାକୁ ଅଧିକ ଉତ୍କୃଷ୍ଟତା ସହ କରିବା ପାଇଁ ପ୍ରସ୍ତୁତ କରିବା। ଏହି ସେମିନାରରେ ରୋଟାରୀ ଜିଲ୍ଲା ୩୨୬୧ର ବିଭିନ୍ନ କ୍ଲବର ପ୍ରାୟ ୧୮୩ ଜଣ ରୋଟାରିଆନ ଅଂଶଗ୍ରହଣ କରିଥିଲେ। ଉଦଘାଟନୀ ଅଧିବେଶନରେ ଆୟୋଜକ କ୍ଲବର ସଭାପତି ରୋଟାରିଆନ ଶୁଭାଶିସ ସାମଲ ଜାତୀୟ ସଙ୍ଗୀତ ପରେ ବୈଠକ ଆରମ୍ଭ କରିଥିଲେ। ସେମିନାରର ଅଧ୍ୟକ୍ଷ ପିପି ରୋଟାରିଆନ ବିଜୟ ଦାସ ସମସ୍ତ ମାନ୍ୟଗଣ୍ୟ ଅତିଥି ଓ ରୋଟାରିଆନଙ୍କୁ ସ୍ୱାଗତ କରିଥିଲେ। ପିଡିଜି ରଞ୍ଜିତ ସିଂହ ସାଇନି ସେମିନାରର ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ। ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆଲମ ସିଂହ ରୁପ୍ରା ଉଦଘାଟନୀ ଭାଷଣ ଦେଇ ଜିଲ୍ଲାର ବିଭିନ୍ନ ଇଣ୍ଟରାକ୍ଟ କ୍ଲବକୁ ୧୩ଟି ଚାର୍ଟର ପ୍ରଦାନ କରିଥିଲେ। ରୋଟାରିଆନ ବିଲାଲ ମଲ୍ଲିକ ଓ ରୋଟାରିଆନ ରଶ୍ମି ରଞ୍ଜନ ଏହି ଚାର୍ଟର ପ୍ରଦାନରେ ସହଯୋଗ କରିଥିଲେ। ଏହି ଅବସରରେ ଦୁଇଟି ଆରଆଇ ପ୍ରେସିଡେଣ୍ଟ ଚାମ୍ପିଅନସିପ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ଏକେଏସ ରୋଟାରିଆନ ଡି.ଆର. ପଟ୍ଟନାୟକ ଆର ଆଇ. ଫାଉଣ୍ଡେସନକୁ ୪.୬୫ କୋଟି ଟଙ୍କା ଅବଦାନ ପାଇଁ ଏବଂ ରୋଟାରିଆନ ମନୀଷା ଅଗ୍ରୱାଲଙ୍କୁ ସଦସ୍ୟ ବୃଦ୍ଧି (୩ ବର୍ଷରେ ୩୦ରୁ ୨୧୯) ପାଇଁ ସାଧୁବାଦ୍ ଦେଇଥିଲେ। ଉଦଘାଟନୀ ଅଧିବେଶନରେ ମିଡ ଟାଉନ ସଭାପତି ରୋଟାରିଆନ ଅଙ୍କିତ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ।ମୁଖ୍ୟବକ୍ତା ରିଡ ୩୦୭୦ର ପିଡିଜି ସୁରେନ୍ଦ୍ର ସେଠ ” ମୋର୍ ଫ୍ଲାୱରସ ମୋର୍ ଫ୍ରାଗ୍ରାନ୍ସ” ବିଷୟରେ କହି କିପରି ନୂଆ ସଦସ୍ୟ ଆଣିବେ ଓ ସେମାନଙ୍କୁ ରଖିବେ ସେ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଦୁଇଟି ବିଜନେସ ସେସନ ହୋଇଥିଲା ଯେଉଁଥିରେ ପିଡିଜି ରୋଟାରିଆନ ପ୍ରମୋଦ ରଥ ଓ ପିଡିଜି ଏଫ.ସି. ମହାନ୍ତି,ଡିଏଲଏଫ ମୋଡରେଟର ଥିଲେ। ବକ୍ତା ଭାବେ ପିଡିଜି ରାକେଶ ଚତୁର୍ବେଦୀ, ପିଡିଜି ରାଜୀବ ଶର୍ମା, ପିପି ସି.ବି. ଦତ୍ତ,ପଡିଜି ପ୍ରମୋଦ ରଥ, ରୋଟାରିଆନ ମନୀଷା ଅଗ୍ରୱାଲ ରୋଟାରୀର ସଦସ୍ୟତା ବୃଦ୍ଧିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଉଦଯାପନୀ ଅଧିବେଶନ ଏକ ଇଣ୍ଟରାକ୍ଟିଭ ସେସନ ସହ ଆରମ୍ଭ ହୋଇଥିଲା। ସହ-ଅଧ୍ୟକ୍ଷ ରୋଟାରିଆନ ହୀରାଲାଲ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମର ରାପୋର୍ଟିଅର ଥିଲେ ସହ-ଅଧ୍ୟକ୍ଷ ରୋଟାରିଆନ ଡକ୍ଟର ସୁବୋଧ ମେହେର ଓ ଅଧ୍ୟକ୍ଷ ରୋଟାରିଆନ ବିଜୟ ଦାସ, ଯାହାଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ସୁନ୍ଦର ଭାବେ ପରିଚାଳିତ ହୋଇଥିଲା। ଡିଜି ଆଲମ ସିଂହ ରୁପ୍ରା ଓ ଫାଷ୍ଟ ଲେଡି ରୋଟାରିଆନ ହରପଲ ରୁପ୍ରା ମୋମେଣ୍ଟୋ ଓ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ରୋଟାରିଆନ କୋୟେନା ଦାସ୍ତିଦାର ଓ ରୋଟାରିଆନ ଅମୃତା ବି ବନସଲ ସୁନ୍ଦର ଭାବେ ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *