ଜାତୀୟ କ୍ରୀଡା ଦିବସରେ ଧ୍ୟାନଚାନ୍ଦ ଙ୍କୁ ଶ୍ରଦ୍ଧାଞ୍ଜଳି ଓ ଶୋଭାଯାତ୍ରା ଅନୁଷ୍ଠିତ।

ପୁରୀ ୨୯/୮ ହକି ଯାଦୁକର କିମ୍ବଦନ୍ତୀ କ୍ରିଡାବିତ ଧ୍ୟାନଚାନ୍ଦ ଙ୍କ କ୍ରୀଡା ବିଶ୍ବ କୁ ଚମତ୍କୃତ କରିଥିଲା ଓ ପୃଥିବୀ ରେ କ୍ରୀଡ଼ା ଥିବା ପର୍ଯ୍ୟନ୍ତ ଜନମାନସରେ ସେ ରହିଥିବେ।ତାଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ।ସମଗ୍ର ବିଶ୍ୱ ତାଙ୍କ ଚମତ୍କାର କ୍ରୀଡା ନୈପୁଣ୍ୟ ରେ ଅଭିଭୂତ ହୋଇଥିଲା।ଆଜିର ଯୁବପିଢ଼ି ଓ କ୍ରୀଡା ପ୍ରତି ମନୋନିବେଶ କରୁଥିବା ପ୍ରତିଟି କ୍ରିଡାବିତ ଙ୍କ ପାଇଁ ଧ୍ୟାନଚାନ୍ଦ ଆଦର୍ଶ ହୋଇ ରହିଥିବେ ବୋଲି ମତବ୍ୟକ୍ତ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଜାତୀୟ କ୍ରୀଡା ଦିବସ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଳବଣିଆ ସ୍ଥିତ ସ୍ପୋ୍ର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଧ୍ୟାନଚାନ୍ଦ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହ ଏକ ସଚେତନତା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ।ଆଜିର ସମୟରେ ବିଭିନ୍ନ କ୍ରୀଡା ରେ ଅନେକ ସୁଯୋଗ ରହିଛି।କଠିନ ପରିଶ୍ରମ, ଆତ୍ମବିଶ୍ବାସ ଓ ନିଷ୍ଠାପର ଭାବେ ନିଜ ମନୋନୀତ କ୍ରୀଡାରେ ମନୋନିବେଶ ପାଇଁ ଅତିରିକ୍ତ ଜିଲ୍ଲାପାଳ ଆହ୍ଵାନ ଦେବା ସହ କ୍ରୀଡା କୋଟାରେ ଚଳିତ ବର୍ଷ ଏକାଧିକ କ୍ରୀଡାବିତ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଆୟୋଜିତ ଶୋଭାଯାତ୍ରାରେ ୫୦୦ ରୁ ଉର୍ଦ୍ଧ୍ବ କ୍ରିଡାବିତ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ବାହାରି ଶ୍ରୀଜଗନ୍ନାଥ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜାତୀୟ ଖୋଖୋ ସଂଘର ଉପ ସଭାପତି ତଥା ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ମିଶ୍ର,କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ବକ୍ସିଂ କୋଚ ସୁଦର୍ଶନ ସାହୁ,କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା, ଜିମନାଷ୍ଟିକ କୋଚ ରମେଶ ବେହେରା, ଖୋ ଖୋ କୋଚ ଆକାଶ ରଣା, ସତ୍ୟବ୍ରତ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ଜାତୀୟ କ୍ରୀଡା ଦିବସ ର ଅନୁଚିନ୍ତା ସହ ଧ୍ୟାନଚାନ୍ଦ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏଥିରେ କ୍ରୀଡା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, କ୍ରିଡାବିତ,କ୍ରୀଡ଼ା କେନ୍ଦ୍ର ରେ ରହୁଥିବା ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *