ସମ୍ବାଦ ସାହିତ୍ୟଘର ବ୍ରାହ୍ମଣୀଦେବୀର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ
**କୋରେଇ ବ୍ଳକ୍ ତଳଗଡ଼ ପଞ୍ଚାୟତ ନଗୁଆଁ ଠାରେ ଥିବା ବ୍ରାହ୍ମଣୀଦେବୀ ସମ୍ବାଦ ସାହିତ୍ୟଘରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଯାଜପୁରରୋଡ ଦମକଳକେନ୍ଦ୍ର ଛକ ନିକଟସ୍ଥ ହୀରା ହୋଟେଲ ସଭାଗୃହରେ ଅନୁଷ୍ଠିତ ଉତ୍ସବରେ ସାହିତ୍ୟଘରର ସଭାପତି ଆର୍ତ୍ତ ଚରଣ ମଲ୍ଲିକ ଙ୍କ ସଭାପତିତ୍ୱ ରେ ପୂର୍ବତନ ଅର୍ଥମନ୍ତୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଉଦଘାଟନ କରିଥିଲେ | ମୁଖ୍ୟ ଅତିଥି ଭାବେ ଆମ ଓଡିଶା ଓ ସମ୍ବାଦ ସାହିତ୍ୟ ଘର ପ୍ରତିଷ୍ଠାତା ଡ.ସୌମ୍ୟ ରଞ୍ଜନ ପଟ୍ଟନାୟକ, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରଶାସକ ତଥା ସାହିତ୍ୟିକ ଡ. ପ୍ରଦୀପ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଓ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶିବ ଚରଣ ମାଝୀ ପ୍ରମୁଖ ଯୋଗଦେଇଥିଲେ | ଧରିତ୍ରୀ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ଶିକ୍ଷକ ତାରିଣୀ ପ୍ରସାଦ ପୁହାଣ ଅତିଥି ପରିଚୟ ଓ କବି ସୁଦାମ ଚରଣ ନାୟକ ମଞ୍ଚ ପରିଚାଳନା କରିଥିଲେ | ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶ୍ରୀ ପଟ୍ଟନାୟକ ଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା |ସମ୍ବାଦ ସାହିତ୍ୟ ଘର ମୁଖପତ୍ର ବ୍ରାହ୍ମଣୀ ଦେବୀ ଓ ସମ୍ବାଦ ର ଇନ୍ଦ୍ରଧନୁ ପୃଷ୍ଠା, ଶିକ୍ଷାବିତ ମଦନ ମୋହନ କର ଙ୍କ ଉପଦେଶ ଧର୍ମୀ ପୁସ୍ତକ ସାଧକ ସରଣୀ ଓ ଅକ୍ରୁର କିଶୋର ବଳ ଙ୍କ କବିତା ସଂକଳନ ଭାବ ଲହରୀ କୁ ଅତିଥି ଉନ୍ମୋଚନ କରିଥିଲେ |ଏହି ଅବସରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡା. କୁଳମଣି ବାରିକ, ଯାଜପୁର ରୋଡ ଅଗ୍ନିଶମ ଅଧିକାରୀ ଅଧିକାରୀ ତାପସ କୁମାର ମନ୍ତ୍ରୀ, ସମାଜସେବୀ ଦିନେଶ ମସ୍କରା ଓ ଗୋପାଳ ଚରଣ ସାହୁ, ପତିତପାବନ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତ ଓ ଶିଶୁ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ପବିତ୍ର ମୋହନ ରାଉତ ରାୟ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରଥମାର୍ଦ୍ଧ ରେ ୫୦ରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ | ପରିଶେଷରେ ସମ୍ବାଦ ସାହିତ୍ୟ ଘର ସଂଯୋଜକ ଓ ଉତ୍ସବ ର ଆୟୋଜକ ପୀତବାସ ଭୂୟାଁ ଧନ୍ୟବାଦ ଦେଇଥିଲେ |
