ରମ୍ଭା ପୋଲିସର ଧରପଗଡ଼, ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବିଭିନ୍ନ ଇଲେକ୍ଟ୍ରିକଲ
ରମ୍ଭା ପୋଲିସର ଧରପଗଡ଼, ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବିଭିନ୍ନ ଇଲେକ୍ଟ୍ରିକଲ ସାମଗ୍ରୀ ଉଦ୍ଦାର,୨୧ ଏଣ୍ଡ୍ରୋଇଡ ମୋବାଇଲ ଓ ଦୁଇ ସାଇକେଲ ସହ ଦୁଇ ଚୋର ଗିରଫ l ରମ୍ଭା ତା – 30/8/26 / ରମ୍ଭା ପୋଲିସ ପେଟ୍ରୋଲିଙ୍ଗ ବେଳେ କୌଣସି ସୂତ୍ରରୁ ଖବର ପାଇ ପ୍ରେସ ଇସ୍ତାହାରରେ ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ ୨୧ ଗୋଟି ଏଣ୍ଡ୍ରୋଇଡ ମୋବାଇଲ, ୨ ଗୋଟି ସାଇକେଲ, ଡାକବାଜି ଯନ୍ତ୍ର ଏମପିଲୋଫୈର, ୨ ଗୋଟି ୟୁନିଟ, ମାଇକ୍ରୋଫୋନ ଓ ୱାଇର , ମେମୋରୀ ଅଡିଓ ପ୍ଲେଏର,ଏଲ. ଇ. ଡ଼ି ହାଲୋଜିନ , ଟେଣ୍ଟ ହାଉସ କପଡା, ଜବତ କରି ଆଗକୁ ଜୋରଦାର ହେବ ବୋଲି ଏସ ଡ଼ି ପି ଓ ଚନ୍ଦନ ଘଡ଼ାଇ ଓ ରମ୍ଭା ଥାନା ଆଇ ଆଇ ସି କୁମର ମୁଦୁଲି ସମ୍ମିଳିତ ଭାବେ ପ୍ରକାଶ କରିଛନ୍ତି l ଧର ପଗଡ଼ ସମୟରେ ଉମରି ଧର୍ମ ଶରଣ ପୁର ପଞ୍ଚାୟତ ବାଳସିଂହ୍ ପଲ୍ଲୀ ଗ୍ରାମର ଦୁଇ ଚୋର ଅରୁଣ ଦାସ-22 ଓ ମନୋଜ ଦାସ-24କୁ ସନ୍ତୋଷ ପୁର ପଞ୍ଚାୟତ କାର୍ତିକଡ଼ିହ ଠାରେ ମାଡି ବସିଥିଲେ l

ଧର ପଗଡ଼ ସମୟରେ ଏ. ଆଇ ଆଇ ସି ତୁଳାରାମ ମହାନନ୍ଦ, ଏସ. ଆଇ ମିଙ୍କିନ ପଟ୍ଟନାୟକ, ଏସ. ଆଇ ଛବିରାଣୀ ନାୟକ, ଏ ଏସ ଆଇ ପ୍ରସନ୍ନ କୁମାର ପ୍ରଧାନ, କଂଷ୍ଟେବଳ ପ୍ରଭାତ ନାୟକ, କଂଷ୍ଟେବଳ ମଧୁସୂଦନ କାର୍ଜି, ଅଜୟ କୁମାର ପଲେଇ , ତିରୁପତି ବେହେରା ପ୍ରମୁଖ ସଦଳବଳେ ସାମିଲ ହୋଇଥିଲେ l ତା -୨୮/୦୮/୨୦୨୬ ରିଖ ସନ୍ଧ୍ୟା ୫ ଘଣ୍ଟିକା ସମୟରେ ରମ୍ଭା ଥାନା ଡ଼ାଇରୀ କେସ ନଂ -୫୮୩/୨୦୨୬ରେ ଏତଲା ଦରଜ ହୋଇଥିବା ସହ ଦୁଇ ଆସାମୀଙ୍କୁ ଶନିବାର ଦିନ କୋର୍ଟ ଫରୱାର୍ଡ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ l
