ଚଣ୍ଡାଳ ଏକ ଜାତି ନା ପ୍ରବୃତ୍ତି ?
ଚଣ୍ଡାଳ ଏକ ଜାତି ନା ପ୍ରବୃତ୍ତି ?
ପ୍ରାବନ୍ଧିକ – ପ୍ରକୃତି ବନ୍ଧୁ ହରିହର ସାହୁ, ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ୭୫୯୦୧୬
ମଣିଷ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜିଏ ନର କର୍ମ ଏକା ତାର ଜୀବନ ର ମାନଦଣ୍ଡ।।
ପୃଥିବୀ ପୃଷ୍ଠରେ ଯେତେ ଜନ୍ମ ଅଛି ସବୁ ଠାରୁ ଦୁର୍ଲଭ ଜନ୍ମ ହେଉଛି ମଣିଷ ଜନ୍ମ।
ଜନ୍ମ ତ ମଣିଷ କର୍ମ କଣ ବିଶ୍ଳେଷଣ କରିବା।
ଯେତେବେଳେ ମାତୃ ଗର୍ଭ ରେ ସମସ୍ତେ ଥାଆନ୍ତି, ସେତେବେଳେ ବିଶ୍ଵ ନିୟନ୍ତକ ପ୍ରଭୁ ଶ୍ରୀ ଶ୍ରୀ ଭଗଵାନ୍ ଙ୍କ ନିକଟରେ ସତ୍ କର୍ମ କରିବା ପାଇଁ ଶପଥ ନେଇ ପୃଥିବୀ ପୃଷ୍ଠରେ ଆର୍ବିଭାବ ହୁଅନ୍ତି।ମାଆ ଗର୍ଭ ରେ ମାଆ ର କଷ୍ଠ ଅସହ୍ୟ ହୋଇଥିଲେ ମଧ୍ୟ ମାଆ ତାର ସ୍ନେହ ଶ୍ରଦ୍ଧା ଭଲପାଇବା ରେ ସନ୍ତାନ କୁ ଭୁଲି ନ ଥାଏ।
ଯେତେବେଳେ ଜାତି ଭେଦ ହେଲା ସେତେବେଳେ କର୍ମ ଅନୁଯାୟୀ ଜାତି ପ୍ରଥାର ସୃଷ୍ଟି ହୋଇ ଥିଲା।
ବ୍ରାହ୍ମଣ,ବୈଶ୍ଯ, କ୍ଷତ୍ରିୟ ଓ ଶୁଦ୍ର ଭାବରେ ଚାରି ଜାତିର ସୃଷ୍ଟି ହୋଇଥିଲା।
କର୍ମ ମୋହର ନିଜ ଗୁରୁ
ଉଦ୍ଧବ କେତେ ତୁ ପଚାରୁ।
ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ରେ ନିଃସୃତ ପଙ୍କ୍ତି।
କର୍ମ ଓ ପ୍ରବୃତ୍ତି ରୁ ଜାତି ର ସୃଷ୍ଟି। ଯଦି ଆମେ ପୁରାଣ ମହାପୁରାଣ ଓ ଇତିହାସ କୁ ପର୍ଯ୍ୟାଲୋଚନା କରିବା ଜାତିଗତ ଭାବ ମଣିଷ ତାର ପ୍ରବୃତ୍ତି ଦ୍ୱାରା ସୃଷ୍ଟି କରି ନିଜକୁ ଜଣେ ଆଦର୍ଶ ବ୍ୟକ୍ତି ର ପରିଚୟ ଦେଇ ଅଛି।
ମଣିଷ ର ଦୁଇ ଗୋଡ଼ ଦୁଇ ହାତ ପୃଥଳ ଶରୀର, ଯାହାକି ମାତୃ ଗର୍ଭ ରୁ ସୃଷ୍ଟି ହୋଇଅଛି। ପାଣି ,ଉତ୍ତାପ,ବାୟୁ ଦ୍ୱାରା ମଣିଷ ର ଶରୀର ବୃଦ୍ଧି ପାଇଥାଏ। ନିରାମିଷ ଭୋଜନ ମଣିଷ ର ଜୀବନ ସୁଖମୟ କରିବାକୁ ଥିବା ବେଳେ ମୋହ ମାୟାରେ ମୋହିତ ହୋଇ ପ୍ରକୃତି କୁ ନିୟନ୍ତ୍ରଣ ନକରି ପାରି ଆମିଷ ଭୋଜନ ପ୍ରତି ଆକୃଷ୍ଟ ହୋଇ ନିଜ ର ପିଣ୍ଡ କୁ ଅଶୁଦ୍ଧ କରିଦିଏ।
ଚଣ୍ଡାଳ ପ୍ରବୃତ୍ତି କୁ ମନେପକାଇ ଜୀବ ମାନଙ୍କୁ ବଦ୍ଧ କରି ଖୁସି ଅନୁଭବ କରି ଥାଏ।
ସୃଷ୍ଟି ର ଗତିପଥ ନିୟନ୍ତ୍ରକ ବିଶ୍ବ ବିହାରୀ ଭଗବାନ୍ ଙ୍କୁ ପଛକୁ ପକାଇ ନିଜେ ବଞ୍ଚିବା ପର୍ଯ୍ୟନ୍ତ ନିଜର ଜାହିର୍ କରିବାକୁ ଭୁଲେ ନାହିଁ।
ମୋ ମତରେ ଚଣ୍ଡାଳ ଏକ ଜାତି ନୁହେଁ ଏହା ମଣିଷ ର ପ୍ରବୃତ୍ତି।
ଦାନବୀର ହରିଶ୍ଚନ୍ଦ୍ର ଚରିତ୍ର ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲେ ମଧ୍ୟ ଚଣ୍ଡାଳ କାର୍ଯ୍ୟ ଦ୍ବାରା ସେ ଭଗବତ ପ୍ରାପ୍ତ ହୋଇଥିଲେ। ଶ୍ରୀୟା ଚଣ୍ଡାଳୁଣୀର ର ଶ୍ରଦ୍ଧା ଭକ୍ତି ମାଆ ମହାଲକ୍ଷ୍ମୀ ଙ୍କୁ ବିବ୍ରତ କରିଦେଇଥିବା।
ଜୀବେ ଯାହାର ଦୟା
ନାହି
ଚଣ୍ଡାଳ କର୍ମ ତାର ଥାଇ।।
ଚଣ୍ଡାଳ ପ୍ରବୃତ୍ତି କୁ ତ୍ୟାଗ କରି ସକଳ ପ୍ରାଣୀ ଙ୍କୁ ଦୟା ଭାବ ଦେଇ ଯେଉଁ ମଣିଷ ପୃଥିବୀ ପୃଷ୍ଠରେ ରହେ
ସେ ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ପାରେ।
