BRICSରେ_ମୋଦିଙ୍କ_ଶାନ୍ତି_ବାର୍ତ୍ତା

#BRICSରେ_ମୋଦିଙ୍କ_ଶାନ୍ତି_ବାର୍ତ୍ତା
-BRICS ଶୀର୍ଷ ସମ୍ମିଳନୀରେ ବିଶ୍ୱ ନେତାମାନଙ୍କୁ ମୋଦିଙ୍କ ଶାନ୍ତି ବାର୍ତ୍ତା
-‘ମାନବତା ପ୍ରଥମ’ କହି ବିଶ୍ବନେତାଙ୍କୁ ମୋଦିଙ୍କ ସମ୍ବୋଧନ
-ଆଗାମୀ ୨୦ ବର୍ଷ ନୂଆ ଓ ଉଚ୍ଚାକାଂକ୍ଷୀ କାର୍ଯ୍ୟସୂଚୀ ନେଇ କାମ କରିବାକୁ ପଡ଼ିବ
-ଏହି ପ୍ରକ୍ରିୟା ନିଜର ଆଭ୍ୟନ୍ତରୀଣ କାର୍ଯ୍ୟ ପ୍ରଣାଳୀରୁ ଆରମ୍ଭ କରିବା ଉଚିତ
-ମୁଁ ଏକ BRICS ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଗଠନର ପ୍ରସ୍ତାବ ଦେଉଛି
-‘ଟ୍ରୋଇକା’ ମାଧ୍ୟମରେ ସମସ୍ତ ପଦକ୍ଷେପ ଓ ଫଳାଫଳର ଫଲୋ-ଅପ୍ ସମ୍ଭବ ହେବ
-ରୋଡମ୍ୟାପ୍ ପ୍ରସ୍ତୁତ ସମୟରେ ୩ଟି ପ୍ରମୁଖ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ
-୩ଟି ପ୍ରମୁଖ ଦିଗ- ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଓ ନିୟମ ପ୍ରଣୟନ
-ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଆଉ ବିଳମ୍ବିତ ଉଚିତ ନୁହେଁ
-ଏହି ଆଲୋଚନା ନିର୍ଦ୍ଦିଷ୍ଟ ସମୟସୀମା ଶେଷ ହୋଇ ଫଳାଫଳ ଆସିବା ଦରକାର
-ଯେଉଁ ଦେଶଗୁଡ଼ିକ ବିଶ୍ୱ ଆର୍ଥିକ ସମୃଦ୍ଧିକୁ ଆଗେଇ ନେଉଛନ୍ତି ସେମାନେ ମଧ୍ୟ ବିଶ୍ୱ ଆର୍ଥିକ ସୁଶାସନରେ ଉପଯୁକ୍ତ ଭୂମିକା ନିଭାନ୍ତୁ
-ସମୁଦ୍ରରେ ନାବିକମାନେ ବିଶ୍ୱ ବାଣିଜ୍ୟରେ ବିପୁଳ ଅବଦାନ ରଖନ୍ତି
-କଷ୍ଟକର ସମୟରେ ସେମାନେ ପ୍ରାୟତଃ ସହାୟତାରୁ ବଞ୍ଚିତ ହେଉଛନ୍ତି
-‘ସିଫେରର୍ସ ଏମର୍ଜେନ୍ସି ସପୋର୍ଟ ନେଟୱାର୍କ’ ଗଠନ ପାଇଁ ମୁଁ ପ୍ରସ୍ତାବ ଦେଉଛି
-ଏହା ସମ୍ପୃକ୍ତ ଦେଶର ସାମୁଦ୍ରିକ କର୍ତ୍ତୃପକ୍ଷ ଓ କୂଟନୈତିକ ମିଶନକୁ ସଂଯୁକ୍ତ କରିବ
-ଫଳରେ ବିପଦ ସୂଚନା, ପରିବାରକୁ ସୂଚନା ଓ ନିରାପତ୍ତା ସହଜ ହେବ

Leave a Reply

Your email address will not be published. Required fields are marked *