ବାହାରେ ଅଭଡ଼ା ବିକୁଥିବା ଯୁବକଙ୍କୁ ନକଲି ଗୁମାସ୍ତା ସଜାଇ ଯାତ୍ରୀ ଲୁଟ୍,

ବାହାରେ ଅଭଡ଼ା ବିକୁଥିବା ଯୁବକଙ୍କୁ ନକଲି ଗୁମାସ୍ତା ସଜାଇ ଯାତ୍ରୀ ଲୁଟ୍, ଭାଇରାଲ ହେଲା ଭିଡିଓ ଶ୍ରୀମନ୍ଦିର ବାହାରେ ଅଭଡ଼ା ବିକ୍ରି କରୁଥିବା କିଛି ଯୁବକଙ୍କୁ ନେଇ କିଛି ଅସାଧୁ ବ୍ୟକ୍ତି ଯାତ୍ରୀ ଗୁମାସ୍ତା ସଜାଉଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ, ଜଣେ ଅସାଧୁ ବ୍ୟକ୍ତି ଏକ ଗ୍ରୁପ୍ ତିଆରି କରି ଏହି ଅଭଡ଼ା ବିକାଳୀ ଯୁବକମାନଙ୍କୁ ସେଥିରେ ଯୋଡୁଛି। ଏହି ଯୁବକମାନେ ଯାତ୍ରୀମାନଙ୍କୁ ମନ୍ଦିର ଭିତରକୁ ନେଇ ଦର୍ଶନ କରାଇବା ନାଁରେ ଟଙ୍କା ଆଦାୟ କରୁଛନ୍ତି ଏବଂ ସେହି ଟଙ୍କା ଉକ୍ତ ଅସାଧୁ ବ୍ୟକ୍ତିକୁ ଦେଉଛନ୍ତି। ଯାତ୍ରୀମାନଙ୍କ ଠାରୁ କେତେ ଟଙ୍କା ନିଆଯାଉଛି, ତା’ର ସମ୍ପୂର୍ଣ୍ଣ ହିସାବ ସେହି ଗ୍ରୁପ୍ ଭିତରେ ରହୁଛି।ଏହି ଘଟଣାକୁ ନେଇ ଏବେ ଜଣେ ଯୁବକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ପରେ ପୁରୀରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *