ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ତା ୧୨.୯ .୨୦୨୬ ରିଖ ଶନିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା,ପିପିଲି,କୋଣାର୍କ ,କଣାସ , ବ୍ରହ୍ମଗିରି, ଅସ୍ତରଙ୍ଗ ,କାକଟପୁର ଓ ସତ୍ୟବାଦୀ କୋର୍ଟରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକାରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ତତ୍ୱାବଧାନରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ, ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀଙ୍କ ପରିଚାଳନାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତ ରେ ୧୬୯୫0 ଗୋଟି ମକଦମା ଫଇସଲା କରାଯିବା ସହ ଜୋରିମାନା ଓ କ୍ଷତିପୂରଣ ବାବଦରେ ୬,୫୦,୬୨,୧୦୫/-ଟଙ୍କା ଆଦାୟ କରାଯାଇଅଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏହି କାର୍ଯକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା ଏହାକୁ ଉଦ୍ଘାଟନ କରିଥିଲେ । ପରିବାର ଅଦାଲତ ବିଚାରପତି ଶ୍ରୀମତୀ ଇତିଶ୍ରୀ ମହାପାତ୍ର , ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ସୈକତ ପାତ୍ର, ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡକ୍ଟର ଦୀପକ ରଞ୍ଜନ ସାହୁ,, ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମିସ ଚିନ୍ମୟୀ ଦେହୁରି , ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହେରା , ବରିଷ୍ଠ ଦେୱାନି ବିଚାରପତି ଶ୍ରୀଯୁକ୍ତ ସୋମ୍ୟରୁପ ସାହୁ, ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ଶ୍ରୀମତୀ ପ୍ରଜ୍ଞା ପଣ୍ଡା , ଦ୍ବିତୀୟ ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ଶ୍ରୀମତୀ ସୋନାଲୀ ଅପରାଜିତା , ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀଯୁକ୍ତ ଅବିନାଶ ଜେନା,, ଗ୍ରାମ ନ୍ୟାୟାଧିକାରୀ ଶ୍ରମତି ସୋନାଲୀ ମହାନ୍ତି , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (cog-I) ମିସ୍ ରୀତିକା ଗର୍ଗ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (cog-II) ଶ୍ରୀଯୁକ୍ତ ଅନିମେଶ ଜେନା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୌରଭ ମହାପାତ୍ର, ଶିବାନୀ ମହାପାତ୍ର, ସୀମା ଅଗ୍ରୱାଲା , ଚେତନ ଲାଢା ଓ ଦ୍ବିତୀୟ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ପ୍ରିୟଙ୍କା ଅଗ୍ରୱାଲ ମାମଲା ଗୁଡିକର ବିଚାର କରିଥିଲେ । ଲୋକ ଅଦାଲତରେ ୬୭ ଗୋଟି ମୋଟର ଦୁର୍ଘଟଣା ମାମଲା ବିଚାର କରାଯାଇ ୩ ,୮୪ ,୩୯ ,୦୦୦ /- ଟଙ୍କା ଆଦାୟ କରାଯାଇଛି ।

ସେହିପରି ୩୨ଗୋଟି cheque bounce cases , ୯ ଗୋଟି bank recovery cases , ୨୫ ଗୋଟି Matrimonial dispute, ୭୫ ଗୋଟି civil cases, ୮୯ ଗୋଟି other criminal cases ମକଦମା ଫଇସଲା କରାଯାଇଥିଲା । ଏହାଛଡା ୧୮୧ ଗୋଟି ପ୍ରାକ ମକଦମା ମାମଲାର ଫଇସଲା କରାଯାଇ ବ୍ୟାଙ୍କ ଋଣ ଇତ୍ୟାଦି ବାବଦକୁ Rs.୧,୦୧,୬୮,୭୨୮/- ଟଙ୍କା ଆଦାୟ କରାଯାଇଅଛି । ଆଜିର ଏହି ଲୋକ ଅଦାଲତରେ ଜିଲ୍ଲା କାରାଗାରର କଏଦି ମାନଙ୍କ ଦ୍ବାରା ତିଆରି କରାଯାଇଥିବା ୩୦,୦୦୦ ଟଙ୍କାର ନିତ୍ୟ ବ୍ୟବହାର୍ୟ ଜିନିଷ ଗୁଡିକର ଷ୍ଟଲ କୋର୍ଟ ପରିସର ଭିତରେ ଆୟୋଜିତ ହୋଇଯାଇଅଛି ।

Leave a Reply

Your email address will not be published. Required fields are marked *