ମାଟି ମଣ୍ଡପ ସାହି ଉତ୍ତର କାଳୀ ଆଖଡ଼ା ପକ୍ଷରୁ ଦାବାଗ୍ନି ଲୀଳା ପ୍ରସ୍ତାବ.
ମାଟି ମଣ୍ଡପ ସାହି ଉତ୍ତର କାଳୀ ଆଖଡ଼ା ପକ୍ଷରୁ ଦାବାଗ୍ନି ଲୀଳା ପ୍ରସ୍ତାବ.
ପୁରୀ ୧୨/୯ ମଦନ ମୋହନ ଦ୍ଵାରା ନିହିତ ହେଲେ ଦାବାଗ୍ନି ରାକ୍ଷସ।ଜନ୍ମାଷ୍ଟମୀ ଠାରୁ କଂସ ବଧ ପଯ୍ୟନ୍ତ ଶ୍ରୀକ୍ଷେତ୍ର ରେ ଶ୍ରୀ ମନ୍ଦିରୀ ରେ ଚାଲିଥାଏ କୃଷ୍ଣ ଲୀଲା ପାରମ୍ପରିକ ମହୋତ୍ସବ।ବଳରାମ ବେଶ ରେ ବାସୁଦେବ ପାଢି, ଶ୍ରୀକୃଷ୍ନ ବେଶ ରେ ସୌରଭ ମହାପାତ୍ର, ଦାବାଗ୍ନି ରାକ୍ଷସ ରୂପେ ଦୂର୍ଗାପ୍ରସାଦ ଦାସ ବେଶ ହେବା ସହିତ ଶ୍ରୀମନ୍ଦିର କୁ ଯାଇ ସେଠାରେ ନୀତି ସମ୍ପନ୍ନ କରି ଥିଲେ. ସନ୍ଧ୍ୟା ଧୂପ ସରିବା ପରେ ମହାଜନ ସେବକ ଦ୍ଵାରା ଦକ୍ଷୀଣ ଘରୁ ବାହାରିବା ରତ୍ନସିଂହାସନ କୁ ବିଜେ କରିଥାନ୍ତି ଓ ସେଠାରୁ ଆଜ୍ଞା ମାଲ ପାଇ ଜୟ ବିଜୟ ଦ୍ଵାର ପାଖ ରେ ପଡ଼ିଥିବା ଖଟ ଉପରେ ବିରାଜମାନ କରିବା ସହିତ ସେଠାରେ ପୂଜାପଣ୍ଡା ଙ୍କ ଦ୍ଵାରା ପୂଜା ଅର୍ଚନା ଆରତି କରାଯାଇଥାଏ। ଦାବାଗ୍ନି ରାକ୍ଷସ ଆଜ୍ଞା ମାଳ ପାଇ କୃଷ୍ନ ବଳରାମ ଙ୍କ ସହିତ ଯୁଦ୍ଧ ର ପ୍ରସ୍ତାବ ଦିଅଯାଇଥାଏ।ଏହି ଯୁଦ୍ଧ ରେ କୃଷ୍ଣ ବଳରାମ ଙ୍କ ହାତ ରେ ଦାବାଗ୍ନି ରାକ୍ଷସ ର ନିହିତ ହୋଇଥାଏ।
ଶ୍ରୀ ମନ୍ଦିର ରେ ଏହି ନୀତି ସରିବା ପରେ ବେଶ ହୋଇ ଥିବା କଳାକାର ମାନେ ଶ୍ରୀମନ୍ଦିର ଚତୃ ପାର୍ଶ୍ୱ ରେ ବୁଲିବା ସହିତ ପଡୋଶୀ ସାହି କାଳିକା ଦେବୀ ସାହି ଦେଇ ନିଜ୍ ଆଖଡ଼ା କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
ଏହି କାଯ୍ୟ କ୍ରମ ରେ ସଭାପତି ନାରାୟଣ ମହାପାତ୍ର, ସମ୍ପାଦକ ମୋହନ ମହାପାତ୍ର,ଗଣେଶ୍ଵର ମହାସୁଆର, ନାରାୟଣ ମହାପାତ୍ର, କ୍ରୀତଦାସ ମହାପାତ୍ର, ଗୌରୀ ଶଙ୍କର ଶତପଥୀ, ଗଣେଶ ମହାପାତ୍ର, ଓ ମାଟି ମଣ୍ଡପ ସାହି ଉତ୍ତର କାଲି ଆଖଡି ସମସ୍ତ ମାନ୍ୟ ଗନ୍ୟା ସଦସ୍ୟ ମାନେ ଉପସ୍ଥିତ ରହି ଏହି କାଯ୍ୟ କ୍ରମ କୁ ସମ୍ପାଦନା କରିବା ସହିତ
ଚଳିତ ବର୍ଷ ଏହି କାଯ୍ୟକ୍ରମକୁ ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତା ରେ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା କରାଯାଇଥୁବାରୁ ଓ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ର ସହଯୋଗୀତା ରହିଥିବାରୁ ଆଠ ସାହି ଆଖଡା ପକ୍ଷ୍ୟରୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ଅଛନ୍ତି।
