ଆନ୍ତର୍ଜାତିକ ଉପକୂଳ ପରିଷ୍କରଣ ଦିବସ” କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ

“ଆନ୍ତର୍ଜାତିକ ଉପକୂଳ ପରିଷ୍କରଣ ଦିବସ” କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ।

  ଆଜି ତା- ୧୨/୯ ରିଖ ଠାରୁ କେନ୍ଦ୍ର ସରକାରଙ୍କ ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଉପକୂଳ ପରିଷ୍କରଣ କାର୍ଯ୍ୟକ୍ରମ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ତତ୍ତ୍ଵାବଧାନରେ ଆରମ୍ଭ କରାଯାଇଛି  । ପ୍ରାରମ୍ଭିକ ପର୍ଯ୍ୟାୟରେ  ପ୍ରାଥମିକରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତି ବିଦ୍ୟାଳୟରେ  " ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର" ବିଷୟବସ୍ତୁକୁ ଆଧାର କରି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଦ୍ୟାଳୟ ସ୍ତରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୨ ରୁ  ୧୯ ତାରିଖ ପର୍ଯ୍ୟନ୍ତ ପରିଚାଳିତ ହେବ  ।



ଏହି ଅବଧି ମଧ୍ୟରେ ପୁରୀ ଜିଲ୍ଲାର ଅସ୍ତରଙ୍ଗର ଜାହାନିଆ ଠାରୁ ବ୍ରହ୍ମଗିରି ର ମା ହରଚଣ୍ଡୀଙ୍କ ପୀଠ ମଧ୍ୟରେ ଥିବା ସାମୁଦ୍ରିକ ବେଳାଭୂମିର ଭିନ୍ନ ଭିନ୍ନ ଦିବସରେ ବିଭିନ୍ନ ସ୍ଥାନର ପରିଷ୍କରଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା କରାଯିବା ସହ ଆସନ୍ତା ତା ୧୭ ରିଖ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବରିଷ୍ଠ ଓ କନିଷ୍ଠ ଦୁଇ ଗୋଟି ବିଭାଗରେ ପ୍ରତି ବ୍ଲକ୍ ସ୍ତରରେ ଚିତ୍ରାଙ୍କନ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ଉପରୋକ୍ତ ବିଷୟବସ୍ତୁ କୁ ନେଇ କରାଯିବା ପାଇଁ ସ୍ଥିର କରାଯାଇଛି । ଏତଦ୍ ବ୍ୟତୀତ ବିଭିନ୍ନ ଶୋଭାଯାତ୍ରା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ପାଇଁ ମଧ୍ୟ ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ।ଏହି ସମସ୍ତ କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତ୍ରୟ ଶ୍ରୀ ଦ୍ବିତୀକାନ୍ତ ପ୍ରଧାନ, ଶ୍ରୀମତୀ ଭବମ୍ ପ୍ରଧାନ ଓ ଶ୍ରୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ୍ ଙ୍କ ପରିଚାଳନା ତଥା ଜିଲ୍ଲାର ସମସ୍ତ ବିଇଓ , ପ୍ରଧାନ ଶିକ୍ଷକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କ ସହାୟତାରେ ସମାହିତ କରାଯିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ଉପକୂଳସ୍ଥ ପ୍ରାୟ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ଓ ଶିକ୍ଷକ -ଶିକ୍ଷୟିତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *