ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନେ ବାରମ୍ବାର ଅସୁସ୍ଥ ହେଉଥିବା ଘଟଣା

-ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନେ ବାରମ୍ବାର ଅସୁସ୍ଥ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢିଛି। ଆଜି ଅପରାହ୍ନରେ ଅଭୟାରଣ୍ୟ ଭିତରେ ଏକ ହରିଣ ଅସୁସ୍ଥ ହୋଇ ପଡ଼ିରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ହରିଣଟି ଠିକ୍ ଭାବେ ଚାଲି ପାରୁ ନଥିଲା ଏବଂ ଦୁର୍ବଳ ହୋଇ ପଡ଼ିଥିଲା। ସଙ୍ଗେ ସଙ୍ଗେ ଲୋକେ ବାଲୁଖଣ୍ଡ ବନ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହରିଣକୁ ଉଦ୍ଧାର କରିଥିଲା। ପରେ ତାକୁ ନିକଟସ୍ଥ ଅଭୟାରଣ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଛି। ବର୍ତ୍ତମାନ ହରିଣର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ଗତ କିଛି ଦିନ ହେଲା ଖରା, ପାଣି ଅଭାବ ଏବଂ ଖାଦ୍ୟର ସମସ୍ୟା ଯୋଗୁଁ ହରିଣମାନେ ଅସୁସ୍ଥ ହେଉଥିବା ଅନୁମାନ କରାଯାଉଛି।ଏ ନେଇ ବନ ବିଭାଗ ଅଧିକାରୀ କହିଛନ୍ତି, “ଅସୁସ୍ଥ ହରିଣର ଚିକିତ୍ସା କରାଯାଇଛି। କାହିଁକି ହରିଣ ଅସୁସ୍ଥ ହେଉଛନ୍ତି ତାର କାରଣ ଖୋଜା ଯାଉଛି। ଜଙ୍ଗଲରେ ପାଟ୍ରୋଲିଂ ବଢାଯାଇଛି।

Leave a Reply

Your email address will not be published. Required fields are marked *