ଆହେ କାଳୀୟ ଦଳନ
ଆହେ କାଳୀୟ ଦଳନ
ଡ. ପ୍ରେମାନନ୍ଦ ବେହେରା
ଦ୍ୱାପର ଯୁଗରେ ଯାଦବ କୁଳରେ
ଧରାଧାମେ ଅବତୀର୍ଣ୍ଣ
ପାପକୁ ବିନାଶି ଧର୍ମର ସୁରକ୍ଷା
କରିଥିଲ ଆହେ କୃଷ୍ଣ
ଆହେ କାଳୀୟ ଦଳନ
ଆହେ କାଳୀୟ ଦଳନ ।।
ଅସୁର ପ୍ରକୋପେ ଧରା ଥରହର
ଭୟଭୀତ ଦେବଗଣ
ମାମୁଁ କଂସାସୁର ନାଶ ପାଇଁ ନେଲ
ଦେବକୀ ଗର୍ଭେ ଜନମ ।।
ଜନ୍ମାଷ୍ଟମୀ ଦିନ ଛପନ ଭୋଗରେ
ହୁଅନ୍ତି ପ୍ରଭୁ ପ୍ରସନ୍ନ
ଭକ୍ତଙ୍କ ପୂଜାରେ ହୁଅନ୍ତି ସନ୍ତୋଷ
ଦେଇଥାନ୍ତି ବରଦାନ ।।
ଆଜି କଳିଯୁଗେ ମଉନ କାହିଁକି
ଅଛ କାଳୀୟ ଦଳନ
କେତେ ଦୁଷ୍ଟ ଦାଉ ସାଧନ୍ତି ସଂସାରେ
ଉଠହେ ମନମୋହନ ।।
ପେଶିଦିଅ ଥରେ ସୁଦର୍ଶନ ଚକ୍ର
ରକ୍ଷ ଏ ମହୀଭୁବନ
ଏତିକି ବିନତି ହେ ନନ୍ଦ ନନ୍ଦନ
ପ୍ରାଣ କଲି ସମର୍ପଣ ।।
ପଦ୍ମପୁର, ବରଗଡ଼
