ସୋର ପୋଲିସର ଅତର୍କିତ ଚଢ଼ାଉ ଜଣେ ଗିରଫ ଓ ଟେମ୍ପୋ ସହିତ ଦେଶି ମଦ ଜବତ

ସୋର ୦୬/୦୯ ଆଜି ସନ୍ଧ୍ୟାରେ ସୋର ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଏକ ଟେମ୍ପୋ ରେ ୧୫୦ ଲିଟର ଦେଶୀ ମହୁଲି ମଦ ସହିତ ଚାଳକ ଧରାପଡ଼ିଥିବା ସୂଚନା ମିଳିଛି। ଖବର ରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସୋର ଥାନା ପକ୍ଷରୁ ସୋର କଲେଜ ଛକ ଠାରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଥିଲା ବେଳେ ଖନ୍ତାପଡ଼ା ରୁ ସରସଙ୍ଖ ଅଭିମୁଖେ ଯାଉଥିବା ଏକ ଟେମ୍ପୋ ଯାହାର ନମ୍ବର ଓଡି ୦୧ ୪୫୩୮ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିବା ବେଳେ ଉକ୍ତ ଟେମ୍ପୋ ରେ ଚାଳକ ଜଣକ ଚତୁରତାର ସହ ସିଟ୍ ତଳେ ରଖିଥିବା ୧୫୦ ଲିଟର ଦେଶୀ ମହୁଲି ମଦ ଦେଖିବାକୁ ମିଳିଥିଲା। ଚାଳକ ଜଣକ ହେଉଛନ୍ତି ରାହୁଲ ଦାସ, ପିତା ନବ ଦାସ, ଗ୍ରାମ ବରୁଣସିଂ , ଥାନା ଖନ୍ତାପଡ଼ା ଅଞ୍ଚଳର ପୋଲିସ ପକ୍ଷରୁ ସୂଚନା ମିଳିଛି। ପରେ ଉକ୍ତ ଗାଡ଼ି, ମଦକୁ ଜବତ କରିବା ସହିତ ସୋର ଥାନା କୁ ନେଇ ଅଧିକ ତଦନ୍ତ କରିବା ସହିତ ୬୫୭/୨୬ ନଂ ରେ ମାମଲା ରୁଜୁ କରି ଚାଳକ ରାହୁଲ କୁ ଗିରଫ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *